fbpx

ତୈଳ ଦରରେ ବ୍ରେକ୍ ଫେଲ୍! ୬ ମାସ ମଧ୍ୟରେ ପେଟ୍ରୋଲରୁ ସରକାର କମାଇଛନ୍ତି ୪୩ ହଜାର କୋଟି

ନୂଆଦିଲ୍ଲୀ: ତୈଳରେ ବ୍ରେକ୍ ଲାଗିବାର ନାଁ ଧରୁନି । ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ତୈଳ ଦର । ଏହି ପରିପ୍ରେକ୍ଷୀରେ ପୁଣିଥରେ ପେଟ୍ରୋଲ ଲିଟର୍ ପିଛା ୩୭ ପଇସା ବଢ଼ିଛି । ସେହିପରି ଡିଜେଲ ଲିଟର୍ ପିଛା ୪୦ ପଇସା ମହଙ୍ଗା ହୋଇଛି । ଫଳରେ ଦେଶର ପ୍ରମୁଖ ସହର ମାନଙ୍କରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ଭୁବନେଶ୍ୱରରେ ପେଟୋଲ ଲିଟର ପିଛା ୧୧୦.୬୯ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର୍ ପିଛା ହୋଇଛଇ ୧୦୭.୩୯ ପଇସା । ଏହି କ୍ରମରେ ଅକ୍ଟୋବର ମାସରେ ପେଟ୍ରୋଲ ଓ ଡିଜେଲରେ ୮ ଟଙ୍କା ବୃଦ୍ଧି ହୋଇଛି । ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ୁଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଇବା କାରଣରୁ ଦେଶରେ ହୁ ହୁ ହୋଇ ପେଟ୍ରୋଲ- ଡିଜେଲ ଦର ବଢ଼ିଚାଲିଛି । ଲଗାତର ପଞ୍ଚମ ଦିନ ତୈଳ ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ତେଲରୁ ସରକାର ଆଦାୟ କରୁଥିବା ଟିକସ ସାଧାରଣ ଲୋକଙ୍କୁ ଅଣନିଶ୍ୱାସୀ କରିଦେଇଛି । ବିଶ୍ୱ ବଜାରକୁ ଦେଖି ତୈଳ ଦର ନିୟନ୍ତ୍ରଣ ହେଉଥିବା ବେଳେ ସରକାର କିନ୍ତୁ ତୈଳରୁ ନିୟମିତ ଲାଭ କରିଚାଲିଛନ୍ତି । ପେଟ୍ରୋଲିୟମ ଉତ୍ପାଦ ଉପରେ ଏକ୍ସାଇଜ୍ ଡ୍ୟୁଟି ଭାବରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଭାଗରେ ସରକାର ୪୩,୦୦୦ କୋଟି ଟଙ୍କା ଅଧିକ ଆୟ କରିଛନ୍ତି। ଗତ ୬ ମାସରେ କେନ୍ଦ୍ର ସରକାରଙ୍କ ଲାଭ ୧ ଲକ୍ଷ ୭୦ ହଜାର କୋଟି । ଗତ ଆର୍ଥିକ ବର୍ଷ ତୁଳନାରେ ୩୩ ପ୍ରତିଶତ ଅଧିକ ଟିକସ ସଂଗ୍ରହ କରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ସରକାରଙ୍କ କଥା ଯଦି କହିବା ତେବେ ପେଟ୍ରୋଲ ଉପରେ ୩୨ ଟଙ୍କା ୯୦ ପଇସା ଟିକସ ଆଦାୟ କରୁଛନ୍ତି । ସେହିପରି ଗୋଟିଏ ଲିଟର୍ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଆଦାୟ କରୁଛନ୍ତି । ଏହା ବ୍ୟତୀତ ଟିକସରେ ରାସ୍ତା ନିର୍ମାଣ ସେସ୍ ବାବଦରେ କେନ୍ଦ୍ର ସରକାର ଆଦାୟ କରୁଛି ଲିଟର ପିଛା ୧୮ ଟଙ୍କା । ମହାମାରୀ ପୂର୍ବରୁ ପୂର୍ବବର୍ତ୍ତୀ ସମୟ ଅପେକ୍ଷା ପେଟ୍ରୋଲ ଓ ଡିଜେଲରୁ ଟିକସ ସଂଗ୍ରହ ୭୯ ପ୍ରତିଶତ ବୃଦ୍ଧି ହୋଇଛି । ବିଶ୍ୱ ବଜାରରେ ଅଶୋଧିତ ତୈଳଦର ୧୯ ଡଲାର୍ ଥିବା ବେଳେ ୧୯ ଟଙ୍କା ୯୮ ପଇସା ଟିକସ ବୃଦ୍ଧି ହୋଇଥିଲା । ହେଲେ ଏବେ ଅଶୋଧିତ ତୈଳ ବ୍ୟାରେଲ ୮୫ ଡଲାର୍ ତଥାପି ଟିକସ କମାଉ ନାହାନ୍ତି ସରକାର ।

Get real time updates directly on you device, subscribe now.