fbpx

ଗ୍ୟାସ୍ ସିଲିଣ୍ଡର ବୁକିଂ, ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଇବା, ଟ୍ରେନର ସମୟ ସାରଣୀ; ଏହିସବୁ କ୍ଷେତ୍ରରେ ଆଜିଠାରୁ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଲଗାତର ଭାବରେ ଦରଦାମ୍ ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ-ଡିଜେଲ୍ ଠାରୁ ଆରମ୍ଭ କରି ଗ୍ୟାସ୍, ପନିପରିବା ଆଦିର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେବେ ଇତି ମଧ୍ୟରୁ ଆଜିଠାରୁ ଅର୍ଥାତ୍ ନଭେମ୍ବର ୧ ତାରିଖରୁ ବ୍ୟାଙ୍କ କାର୍ଯ୍ୟ, ଗ୍ୟାସ୍ ବୁକିଂ ଓ ମୂଲ୍ୟ, ଟ୍ରେନ୍ ସମୟ ସାରଣୀ ଇତ୍ୟାଦିରେ ବଡ଼ ପରିବର୍ତ୍ତନ ହେବାରେ ଲାଗିଛି । ସୋମବାର ଠାରୁ ଗ୍ରାହକଙ୍କୁ ବ୍ୟାଙ୍କରେ ଟଙ୍କା ଜମା କରିବା ଓ ଉଠାଇବାରେ ଶୁଳ୍କ ଦେବାକୁ ପଡ଼ିବ । ଟ୍ରେନ୍ ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯିବା ନେଇ ଅନୁମାନ କରାଯାଉଛି । ଏଥିସହିତ ରୋଷେଇ ଗ୍ୟାସ୍ ଦର ମଧ୍ୟ ବୃଦ୍ଧି ପାଇବ ।

ନଭେମ୍ବର ୧ ତାରିଖରୁ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକଙ୍କୁ ଟଙ୍କା ଉଠାଇବା ଓ ଜମା କରିବା ସମୟରେ ଶୁଳ୍କ ଦେବାକୁ ହେବ । ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ମାନେ ଏକ ଲିମିଟ୍ ପରେ ଯଦି ଟଙ୍କା ଜମା କିମ୍ବା ଉଠାଉଛନ୍ତି ତେବେ ସେହି ବାବଦକକୁ ଶୁଳ୍କ ଦେବାକୁ ହେବ । ଏହି ବାବଦକୁ ୧୫୦ ଟଙ୍କା ଦେବାକୁ ହେବ । ଜମା ଖାତାରେ ଗୋଟିଏ ମାସରେ ଯଦି ତିନିଥରରୁ ଅଧିକ ଥର ଟଙ୍କା ଜମା କରନ୍ତି ତେବେ ସେହି ବାବଦକୁ ୪୦ ଟଙ୍କା ଶୁଳ୍କ ଆକାରରେ ଦେବାକୁ ହେବ । ହେଲେ ଜନଧନ ଖାତାଧାରକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ । କିନ୍ତୁ ଏମାନେ ଲିମିଟ୍ ରୁ ଅଧିକ ଟଙ୍କା ଉଠାଇଲେ ଶୁଳକ୍ ଆକାରରେ ୧୦୦ ଟଙ୍କା ଦେବେ ।

ଟ୍ରେନ୍ ସମୟ ସାରଣୀ ମଧ୍ୟ ଆଜି ଠାରୁ ବଦଳିବ । ଏହାପରେ ପ୍ରାୟ ୩୦ ରାଜଧାନୀ ଟ୍ରେନ୍ ର ସମୟ ବଦଳିଯିବ । ୧୩ହଜାର ପାସେଞ୍ଜର୍ ଟ୍ରେନ୍ ଏବଂ ୭ହଜାର ମାଲବାହୀ ଗାଡ଼ିର ଟାଇମ୍ ମଧ୍ୟ ବଦଳିଯିବ ।

ସେହିପରି ଗ୍ୟାସ୍ ସିଲିଣ୍ଡର୍ ବୁକିଂ ପାଇଁ ଏବେଠାରୁ ଓଟିପି ର ଆବଶ୍ୟକତା ପଡ଼ିବ । ବିନା ଓଟିପିରେ ବୁକିଂ ହେବ ନାହିଁ । ଘରେ ସିଲିଣ୍ଡର ପହଞ୍ଚାଉଥିବା ଡେଲିଭେରୀ ବୟ୍ କୁ ଉକ୍ତ ଓଟିପି କହିବା ପରେ ସିଲିଣ୍ଡର୍ ରଖିପାରିବେ । ଖାଲି ସେତିକି ନୂହେଁ ଗ୍ୟାସ୍ ସିଲିଣ୍ଡରର ଦାମ୍ ମଧ୍ୟ ବୃଦ୍ଧି ପାଇପାରେ । ପ୍ରତି ମାସ ଆରମ୍ଭରୁ ତୈଳ କମ୍ପାନୀ ମାନେ ରୋଷେଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବଢ଼ାଇଥାନ୍ତି । ତେଣୁ ଏହି ମାସରୁ ମଧ୍ୟ ବଢ଼ିପାରେ ।

Get real time updates directly on you device, subscribe now.