fbpx

ଶିକାର ପାଇଁ ୧୧ କେ.ଭି ବିଦ୍ୟୁତ୍‌ ତାର ବିଛାଇଥିଲେ ଦୁର୍ବୃତ୍ତ, ଜିଆଇ ତାର ଓ ଶିକାର ଉପକରଣ ଜବତ କଲା ବନବିଭାଗ

ଭଞ୍ଜନଗର (ଭାସ୍କର ନ୍ୟୁଜ): ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ତାର ବିଛାଇଥିଲେ ଦୁର୍ବୃତ୍ତ । ଗାଙ୍ଗପୁର ବନବିଭାଗ ଓ ସ୍ଥାନୀୟ ବିଦ୍ୟୁତ ବିଭାଗର ମିଳିତ ଅପରେସନ୍‌ ସମୟରେ ଏଭଳି ଏକ ଘଟଣା ନଜରକୁ ଆସିଛି। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାକୁ ରୋକାଯାଇଛି । ଘଟଣାସ୍ଥଳରୁ ଜିଆଇ ତାର ଓ କିଛି ଶିକାର ଉପକରଣ ଜବତ ହୋଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ସ୍ଥାନୀୟ ଅଞ୍ଚଳରେ ବନ୍ୟଜନ୍ତୁ ଉପଦ୍ରବ ହେଉଥିବାରୁ ସେମାନଙ୍କୁ ଶିକାର କିମ୍ବା ଫସଲ କ୍ଷତିକୁ ରୋକିବା ପାଇଁ ଦୁର୍ବୃତ୍ତ ମାନେ ଏଭଳି କରୁଥିବା ଜଣାପଡିଛି । ଏହି ଘଟଣା ଘଟିଛି ଗାଙ୍ଗପୁର ଫରେଷ୍ଟ ସେକସନ୍‌ ଅନ୍ତର୍ଗତ ସିଂହମର୍ଦନ ଓ ବୋରି ଗାଁ ନିକଟ ଆଖୁ କିଆରୀ ନିକଟରେ । ବିଦ୍ୟୁତ ତାର ବିଛାଇଥିଲେ ଦୁର୍ବୃତ୍ତ । ଅନ୍ୟ ପକ୍ଷରେ ବନ୍ୟଜନ୍ତୁ ଓ ହାତୀଙ୍କ ସୁରକ୍ଷା ପାଇଁ ବନବିଭାଗ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ତେବେ କିଏ ଏହି ବିଦ୍ୟୁତ ତାର ବିଛାଇଥିଲା ସେନେଇ ଅଭିଯୁକ୍ତକୁ ଧରିବା ପାଇଁ ରାତିରେ ତଲାସି ଜାରି ରଖିଛି ବନବିଭାଗ । ଏହି ଚଢାଉ ସମୟରେ ଗାଙ୍ଗପୁର ଫରେଷ୍ଟର ଭେଙ୍କଟ ଦୋରା ଏବଂ କର୍ମଚାରୀଙ୍କ ସହ କ୍ଷତ୍ରିୟବରପୁର ବିଦ୍ୟୁତ ବିଭାଗ ସେକ୍ସନର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ପାଢ଼ୀ ଓ ଅନ୍ୟ ବିଦ୍ୟୁତ୍‌ କର୍ମଚାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.