fbpx

ବୁଢ଼ା ବୟସରେ ଲଜ୍ଜ୍ୟା ଜନକ କାରନାମା: ନାତୁଣୀ ବୟସ ଶିଶୁକୁ ଘରେ ଏକୁଟିଆ ପାଇ ଦୁଷ୍କର୍ମ କଲେ ୮୦ ବୟସ୍କ ବୃଦ୍ଧ, ଜେଲ୍ ଗଲେ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଭିଲିଗ୍ରାମ ପଞ୍ଚାୟତରେ ୯ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସଂପୃକ୍ତ ବୃଦ୍ଧ କାରାଗାରକୁ ଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଦମ୍ପତ୍ତି ୯ ବର୍ଷର ଶିଶୁ କନ୍ୟାକୁ ଧରି ମୁଲ ଲାଗିବା ପାଇଁ ନିମାପଡାର ଥାନା ନିକଟରେ ଏକ ସାହରେ ଘରଭଡା ନେଇ ରହୁଛନ୍ତି । ପତିପତ୍ନୀ ମଜୁରୀ ଲାଗିବାକୁ ଚାଲିଯାଉଥିବା ବେଳେ ୯ ବର୍ଷର ନାବାଳିକା ଘରେ ଏକୁଟିଆ ରହୁଥିଲେ । ଶ୍ୟାମସୁନ୍ଦରପୁର ଗ୍ରାମର ଅପର୍ତ୍ତି ସାହୁ (୮୦) ନାମକ ବୃଦ୍ଧ ଗତ ୨୭ ତାରିଖ ସନ୍ଧ୍ୟା ସମୟରେ ଘରେ ପଶି ନାବାଳିକାକୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିବା ନେଇ ପିଡୀତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଆଇପିସି ଧାରା ୩୭୬ (କ)(ଖ)/ ଡିି ଆକ୍ଟ ଥାନା କେସ ନଂ- ୩୮୬/୨୧ରେ ମାମଲା ରୁଜୁ କରି ଶ୍ୟାମସୁନ୍ଦରପୁର ଗ୍ରାମରେ ଚଢଉ କରିବା ସହ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରି ଜିଲ୍ଲା ସ୍ୱତନ୍ତ୍ର ଅଦାଲତରେ ହାଜର କରାଇଛି । ଜାମିନ ନମଂଜୁର ପରେ ଅଭିଯୁକ୍ତ ଜିଲ୍ଲା କାରଗାରକୁ ଯାଇଥିବା ଜଣାପଡିଛି । ପ୍ରକାଶ ଥାଉ କି ଦୁଇଜଣ ବ୍ୟକ୍ତି ଏହି ଘଟଣା ପ୍ରଘଟ ନକରିବା ପାଇଁ ଶିଶୁ କନ୍ୟାଙ୍କ ପିତା ଓ ମାଙ୍କ ଉପରେ ଚାପ ପ୍ରୟୋଗ କରିଆସୁଥିଲେ । ଏପରି ଘଟଣାକୁ ନିନ୍ଦା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି ।

Get real time updates directly on you device, subscribe now.