fbpx

ଭୁବନେଶ୍ୱରରେ ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼, ପ୍ରେମ ବ୍ୟାପାରକୁ ନେଇ …

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରାଇମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଜଣଙ୍କ ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଛୁରାମାଡ଼ ଘଟଣା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଥିବା ସୂଚନା ମିଳିଛି । ଆକ୍ରମଣକାରୀ ଯୁବକ ଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ଜଣାପଡିଛି ।

ତେବେ ମାଆ ଓ ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ଛୁରାମାଡ଼ କରିଥିବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ପୋଲିସ । ୨ ପରିବାର ମଧ୍ୟରେ ଝଗଡ଼ା ହୋଇ ଛୁରାମାଡ଼ ହୋଇଥିବା କୁହାଯାଉଛି । ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ପ୍ରାଥମିକ ତଦନ୍ତ ପରେ ଚନ୍ଦ୍ରଶେଖର ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.