fbpx

କୋଭାକ୍ସିନ୍‌କୁ ଟିକା ମାନ୍ୟତା ଦେଲା ଅଷ୍ଟ୍ରେଲିଆ,ଏଣିକି ଭାରତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ: ଏଣିକି କୋଭାକ୍ସିନ ଟିକା ନେଇଥିଲେ ଅଷ୍ଟ୍ରେଲିଆ ଯାଇପାରିବେ । ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ମାନ୍ୟତା ଦେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । କୋଭାକ୍ସିନ୍‌ କୁ ମାନ୍ୟତା ଫଳରେ ଭାରତୀୟ ଛାତ୍ରଙ୍କ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ, କୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନଙ୍କର ଅଷ୍ଟ୍ରେଲିଆ ଯାତ୍ରା ଉପରେ ଏକ ମହତ୍ତ୍ୱୂର୍ଣ୍ଣ ପ୍ରଭାବ ପକାଇବ । ସେପଟେ କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ତରଫରୁ ଏଯାଏଁ କୋଭାକ୍ସିନ୍‌କୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିନାହିଁ ।

ଭାରତ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଜୋର ଦେଉଥିବା ବେଳେ ଡବ୍ଲୁଏଚ୍‌ଓ କିନ୍ତୁ ଏହାକୁ ଝୁଲାଇ ରଖିଛି । ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ । ଏଥିରେ କୋଭାକ୍ସିନ୍‌କୁ ନେଇ ଆଲୋଚନା କରିବ ଡବ୍ଲୁଏଚ୍‌ଓ । ଏପ୍ରିଲ୍‌ ୧୯ ତାରିଖରେ କୋଭାକ୍ସିନ୍‌ର ଜରୁରିକାଳୀନ ଅନୁମତି ପାଇଁ ଡବ୍ଲ୍ୟୁଏଚ୍‌ଓ ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍‌ । ସାରା ବିଶ୍ୱରେ କରୋନା ଭୂତାଣୁକୁ ମାତ୍‌ ଦେବା ପାଇଁ ଡବ୍ଲ୍ୟୁଏଚ୍‌ଓ ବର୍ତ୍ତମାନ ଯାଏଁ ୭ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି । ଏଗୁଡ଼ିକ ହେଉଛି ମଡର୍ଣ୍ଣା, ଫାଇଜର, ଜନ୍‌ସନ ଆଣ୍ଡ ଜନ୍‌ସନ, ଆଷ୍ଟ୍ରାଜେନେକା, କୋଭିସିଲ୍ଟ, ସିନୋଫୋର୍ସ ଏବଂ ସିନୋବ୍ୟାକ୍‌ ଟିକା ।

Get real time updates directly on you device, subscribe now.