fbpx

ପୁଣି ତେଜିଲା ସିଦ୍ଧୁ-ଅମରିନ୍ଦର ବିବାଦ: ଅମରିନ୍ଦର ବାରୁଦ ବୀହିନ ଗୁଳି

ନୂଆଦିଲ୍ଲୀ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି ନଭଜୋତ ସିଂ ସିଦ୍ଧୁ । ସିଦ୍ଧୁ ଆକ୍ରମଣ କରିବା ସହିତ କ୍ୟାପଟେନ ବାରୁଦ ସରି ଯାଇଥିବା ଗୁଳି ସହିତ ସମାନ ବୋଲି କହିଛନ୍ତି । ତେଣୁ ମୁଁ ତାଙ୍କ ସମ୍ପର୍କରେ ଆଲୋଚନା କରି ସମୟ ନଷ୍ଟ କରିବାକୁ ଚାହୁଁନାହିଁ ବୋଲି କହିଛନ୍ତି ପଞ୍ଜାବ କଂଗ୍ରେସ ସଭାପତି । ଯଦି କ୍ୟାପଟେନଙ୍କ ଶାସନକାଳରେ ମାଫିଆ ରାଜ ଚାଲିଥିବା ନେଇ ଅଭିଯୋଗ କରାଯାଉଛି ତେବେ ଏଥିରୁ ପଇସା କ୍ୟାପାଟେନ ହିଁ କମାଉଥିବେ ବୋଲି କହିଛନ୍ତି ସିଦ୍ଧୁ । ପୂର୍ବରୁ ସିଦ୍ଧୁଙ୍କୁ ମାନସିକ ଅସୁସ୍ଥ ବୋଲି କହିଥିଲେ ଅମରିନ୍ଦର ।

ଅମରିନ୍ଦର ପୂର୍ବରୁ ନିଜର ରାଜନୈତିକ ଦଳ ମଧ୍ୟ ଗଢିଛନ୍ତି ତେବେ ସେ କେତେ ଆସନ ହାସଲ କରିଥିଲେ । ଅମରିନ୍ଦର ଜଣେ ଠକ । ବର୍ତ୍ତମାନ ଅଭିଯୋଗ କରୁଥିବା ଅମରିନ୍ଦର ଶାସନ କ୍ଷମତାରେ ରହିଥିବା ବେଳେ କଣ ଶୋଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧୁ । କୌଣସି ମନ୍ତ୍ରୀ ବା କାଉନସିଲରଙ୍କୁ ଛାଡନ୍ତୁ ଅମରିନ୍ଦରଙ୍କ ପତ୍ନୀ ମଧ୍ୟ ତାଙ୍କ ଗଠିତ ଦଳରେ ଯୋଗ ଦେବେନି । ଦୁର୍ନୀତିର ଅଭିଯୋଗ କରୁଥିଲେ ମଧ୍ୟ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କାପୁରୁଷତା ବୋଲି କହିଛନ୍ତି ସିଦ୍ଧୁ । ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୁଙ୍କ ସହିତ ବିବାଦ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ଅମରିନ୍ଦର ସିଂ ।

Get real time updates directly on you device, subscribe now.