fbpx

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଶାସନର ଫୁ’: ଥଇଥାନ ନକରି ଭାଙ୍ଗିଲା ବିସ୍ଥାପିତଙ୍କ ଘର

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’ କରି ଉଡାଇ ଦେଲା ଜିଲ୍ଲା ପ୍ରଶାସନ । ଥଇଥାନ ନକରି ଭାଙ୍ଗିଲା ବିସ୍ଥାପିତଙ୍କ ଘର । ଅଭିଯୋଗ ପରେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କଲେ ସ୍ଥିତି ଅନୁଧ୍ୟାନ ।

ସୂଚନା ଅନୁଯାୟୀ, ନଦୀବନ୍ଧ ଯୋଜନାର ଶୁଭ ଦେବାର ଦୀର୍ଘ ୨୨ ବର୍ଷ ପରେ ଆରମ୍ଭ ହୋଇଛି କେନ୍ଦୁଝର କାନପୁର ବୃହତ ନଦୀବନ୍ଧ ଯୋଜନା । କାମ ଅଧା ରହିଛି, ସେପଟେ ବିସ୍ଥାପିତଙ୍କୁ ଥଇଥାନ ନକରି ତରବରିଆ ଭାବେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନମାନି ବିସ୍ଥାପିତଙ୍କ ଘର ଭାଙ୍ଗି ଦିଆଯିବାକୁ ଦେଇ ସ୍ଥାନୀୟ ଲୋକମାନେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ  ।

କାନପୁର ବୃହତ ନଦୀବନ୍ଧ ଯୋଜନାରେ ୧୭ଟି ଗ୍ରାମ ବିସ୍ଥାପିତ ହେଉଥିବା ବେଳେ ଆଜି ଯାଏ ବହୁ ଲୋକ କ୍ଷତିପୁରଣ ପାଇ ନାହାଁନ୍ତି । ଏହାକୁ ନେଇ ୧୦୩ ଜଣ ହାଇକୋର୍ଟଙ୍କ ଦ୍ଵାରାସ୍ତ ହୋଇଛନ୍ତି । କେଶ ବିଚାରଧୀନ ଥିବାବେଳେ ସେଥିମଧ୍ୟରୁ ୪୨ ଜଣଙ୍କ ଘର ନଭାଙ୍ଗିବାକୁ ହାଇକୋଟଙ୍କ ନିର୍ଦ୍ଦେଶ ରହିଛି । ହେଲେ ମୁରୁସୁଆଁ ଗାଁରେ ୪ ଜଣଙ୍କ ଘର ଭାଙ୍ଗି ଦିଆଯାଇଛି ।

ପୂର୍ବରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଜିଲ୍ଲାପାଳ ମଧ୍ୟ ପ୍ରତିଶୃତି ଦେଇଥିଲେ । ହେଲେ ଦାୟିତ୍ଵରେ ଥିବା ଅଧିକାରୀମାନେ କାହାରି ନିର୍ଦ୍ଦେଶକୁ ନଶୁଣି ମାଟି ରେ ମିଶାଇ ଦେଇଥିଲେ ମୁରୁସୁଆଁ ଗାଁକୁ । ସେପଟେ ତମ୍ବୁରେ ରହିବେ ପଛେ ଭିଟାମାଟି ଛାଡ଼ି ଯିବେ ନାହିଁ ବୋଲି କହିଛନ୍ତି ବିସ୍ଥାପିତ ।

Get real time updates directly on you device, subscribe now.