ପଠାଯାଇଥିବା ଇମେଲ୍ କୁ କିପରି କରିବେ ଡିଲିଟ୍? ଜାଣନ୍ତୁ ଜିମେଲର ଏହି ଖାସ୍ ଟ୍ରିକ୍ ବିଷୟରେ

ନୂଆଦିଲ୍ଲୀ: କିଛି ବର୍ଷ ତଳେ ଲୋକେ ଜିମେଲ୍ ର ବ୍ୟବହାର କରୁନଥିଲେ । ହେଲେ ସମୟ ବଦଳିବା ସହିତ ଡିଜିଟାଲ୍ ଯୁଗ ଅଗ୍ରଗତି ହେବାରେ ଲାଗିଛି । ତେଣୁ ଏବେ ପ୍ରତ୍ୟେକଙ୍କ ପାଖରେ ସ୍ମାର୍ଟଫୋନ୍ ରହିଛି । ଆଉ ଜିମେଲ୍ ର ବ୍ୟବହାର ଅନେକ ବୃଦ୍ଧି ପାଇଛି । ବର୍ତ୍ତମାନ କାହାକୁ ମେଲ୍ ପଠାଇବା ଏକ ସାଧାରଣ କଥା ହୋଇଗଲାଣି । ଅଧିକାଂଶ ଇମେଲ୍ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ମାନେ କରିଥାନ୍ତି । ବିଶେଷ କରି ଅଫିସିଆଲ୍ କ୍ଷେତ୍ରରେ ଇମେଲ୍ ପଠାଯାଉଛି । କେବଳ ମେସେଜ୍ ନୁହେଁ ବରଂ କୌଣସି ଫଟୋ କିମ୍ବା ଡକ୍ୟୁମେଣ୍ଟ ପଠାଇବାର ଥିଲେ ଏହା ହେଉଛି ଏକ ଖୁବ୍ ସହଜ ମାଧ୍ୟମ ।

ତେବେ ଏହି ପ୍ଲାଟଫର୍ମ ଅନେକ ସମୟରେ ଏପରି ହୋଇଥାଏ ଯେ, କିଛି ଲୋକ କୌଣସି ପ୍ରକାର ଇମେଲ୍ କରିବା ପରେ ତାକୁ ପୁଣି ନିଜ ପଟରୁ କିପରି ଡିଲିଟ୍ କରିବେ ତାହା ଜାଣିପାରନ୍ତି ନାହିଁ । ଏଥିପାଇଁ ଜିମେଲ୍ ରେ ଅନେକ ପ୍ରକାର ଫିଚର୍ ରହିଛି । କେବଳ ଏହି ଡିଲିଟ୍ ଫିଚର୍ ନୁହେଁ ବରଂ ଅନେକ ପ୍ରକାର ସ୍ୱତନ୍ତ୍ର ଫିଚର୍ସ ରହିଛି । ଆଜି ଏହି ଖବର ଜରିଆରେ ଆମେ ଜାଣିବା ଜିମେଲ୍ ର କିଛି ଜରୁରୀ ଫିଚର୍ ସମ୍ପର୍କରେ ।

କେବେ କେବେ ଏପରି ହୁଏ ଯେ, ତରବରରେ ଆମେ ଭୁଲ୍ ଇମେଲ୍ ପଠାଇ ଦେଇଥାଉ କିମ୍ବା ଭୁଲ ଲୋକଙ୍କୁ ଇମେଲ୍ ପଠାଇ ଦେଇଥାଉ । ତେଣୁ ଏଥିରେ ଆଉ ଚିନ୍ତା କରିବା ଦରକାର ନାହିଁ । କାରଣ ଜିମେଲ୍ ରେ ଏକ ଖାସ୍ ଫିଚର୍ ରହିଛି । ଭୁଲ ଇମେଲ୍ ଆଇଡିରେ ଇମେଲ୍ସ ପଠାଇଥିଲେ ଆପଣ ସହଜରେ ତାକୁ ଡିଲିଟ୍ କିମ୍ବା “ଅନ୍ ଡୁ” କରିପାରିବେ ।

ଏପରି କରିବା ପାଇଁ ଆପଣଙ୍କୁ ପ୍ରଥମେ ଜିମେଲ୍ ର ସେଟିଂ କୁ ଯିବାକୁ ହେବ । ଯେଉଁଠାରେ ଆପଣ Undo Send ଅପସନ୍ ଦେଖିବାକୁ ପାଇବେ । ସେଠାରେ ଆପଣ କ୍ଲିକ୍ କରିବେ । ଏହାପରେ ଆପଣଙ୍କୁ କ୍ୟାନ୍ସଲେସନ୍ ଟାଇମ୍ ର ଅପସନ୍ ମିଳିଯିବ, ସେଥିରେ ଆପଣ ନିଜ ସୁବିଧା ଅନୁସାରେ, ଟାଇମ୍ ସେଟ୍ କରିପାରିବେ । ତାପରେ ଆପଣଙ୍କ ଫିଚର୍ ଆକ୍ଟିଭ୍ ହୋଇଯିବ ।

ଏବେ ଆପଣ ଯେତେବେଳେ ଇମେଲ୍ ପଠାଇବେ, ଆପଣଙ୍କୁ ତଳେ ଦିଆଯାଇଥିବା Undo ଅପସନ୍ ଦେଖିବାକୁ ପାଇବେ । ଯାହାପରେ ଆପଣ ଖୁବ୍ ସହଜରେ ଭୁଲ୍ ରେ ପଠାଇଥିବା ଇମେଲ୍ କୁ ଡିଲିଟ୍ କରିପାରିବେ ।