fbpx

କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପେଟ୍ରୋଲ୍ ଓ ଡିଜେଲ ଦର ହ୍ରାସ ପାଇବାରେ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି । ଲଗାତର ଭାବରେ ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପରିବହନ କ୍ଷେତ୍ର ଉପରେ ପଡ଼ିଥିଲା । ବସ୍ ଠାରୁ ଆରମ୍ଭ କରି ବିଭିନ୍ନ ସାମୁହିକ ପରିବହନ ଗାଡ଼ିର ଭଡ଼ା ଚାଳକ ମାନେ ବୃଦ୍ଧି କରିଥିଲେ । ତେବେ ବର୍ତ୍ତମାନ ତୈଳଦର ହ୍ରାସ ପାଇବା ପରେ ବସ୍ ଭଡ଼ା ମଧ୍ୟ କମିଛି । ଆଗାମୀ ଦିନରେ ତୈଳ ଦର ଆହୁରି କମିଲେ ଭଡ଼ା ଆହୁରି କିଛି କାଂଶ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ, ରାକ୍ୟରେ ଡିଜେଲ ଦର କମିବା ପରେ ବସ୍ ଭଡ଼ା କମାଇବାକୁ ନିଷ୍ପତି ନିଆଯାଇଛି । ଏସଟିଏର ନିଷ୍ପତି ଅନୁଯାୟୀ ବସ୍ ଭଡ଼ା ୫ ପଇସାରୁ ୧୫ ପଇସା ପର୍ଯ୍ୟନ୍ତ କମାଯାଇଛି । ଅର୍ଡିନାରୀ ବସ୍ ଭଡ଼ା ୫ ପଇସା କମି କିଲୋମିଟର୍ ପିଛା ୮ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୫ ପଇସା କମି ୯୧ ପଇସା, ଡିଲକ୍ସ ବସ୍ ଭଡ଼ା ୧୦ ପଇସା କମି ୧ ଟଙ୍କା ୨୫ ପଇସା, ଏସି ଡିଲକ୍ସ ବସ୍ ଭଡ଼ା ୧୦ ପଇସା କମି ୧ ଟଙ୍କା ୫୩ ପଇସା ଏବଂ ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୧୫ ପଇସା କମି କିମି ପିଛା ୨ ଟଙ୍କା ୩୮ ପଇସା ହୋଇଯାଇଛି । ସଂଶୋଧିତ ବସ୍ ଭଡ଼ା ୮ ତାରିଖରୁ ଲାଗୁ କରିବା ନେଇ ନିର୍ଦ୍ଦେଶାନାମା ଜାରି ହୋଇଛି ।

Get real time updates directly on you device, subscribe now.