fbpx

ପୁଣି ଫେରିଲା କି କରୋନା? ସପ୍ତାହକ ମଧ୍ୟରେ ରାଜଧାନୀରେ ବଢ଼ିଲା ୩୦ କଣ୍ଟେନମେଣ୍ଟ ଜୋନ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପ୍ରଦୂଷଣ ବଢ଼ିବା ପରେ ଏବେ କରୋନା ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳୁଛି । ଗତ ସପ୍ତାହକ ମଧ୍ୟରେ କରୋନା ମାମଲା ଅଧିକ ଆସିବାରୁ ଦିଲ୍ଲୀରେ ଆଉ ୩୦ କଣ୍ଟେନମେଣ୍ଟ ଜୋନ୍ ବୃଦ୍ଧିପାଇଛି । ତେବେ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୫୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨୬୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ମୋଟି ପଜିଟିଭ୍ ସଂଖ୍ୟା ୩,୪୩,୬୬,୯୮୭କୁ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧,୪୨,୮୨୬ ଜଣ ଚିକିତ୍ସିତ ହେଉଥିବା ବେଳେ ୩,୩୭,୬୩,୧୦୪ ସୁସ୍ଥ ହୋଇଛନ୍ତି । ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ୪,୬୧,୦୫୭କୁ ବୃଦ୍ଧି ପାଇଛି ।

ତେବେ ଦିଲ୍ଲୀରେ ରବିବାର ଦିନର ପଜିଟିଭ ମାମଲାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪,୪୦,୧୧୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ କରୋନା ମୃତ୍ୟୁ ହାର ୧.୭୪ % ରହିଛି । ଏବେ ସକ୍ରିୟ ମାମଲା ୩୬୫ ଥିବା ବେଳେ ୧୫୭ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ୧ ନଭେମ୍ବରରେ ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୮୬ ଥିବା ବେଳେ ୭ ନଭେମ୍ବର ପର୍ଯ୍ୟନ୍ତ ଏହା ବଢ଼ି ୧୧୬ରେ ପହଞ୍ଚିଛି ।

Get real time updates directly on you device, subscribe now.