fbpx

୨୪ ବର୍ଷ ପରେ ପ୍ରଥମ ଥର ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ, ପିସିବି ଜାରି କଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ ୦୮।୧୧: ବିଶ୍ଵକପରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିବା ପାକିସ୍ତାନ କ୍ରିକେଟ୍ ପାଇଁ ଭଲ ଖବର । ଯେଉଁଠି ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ୍ କରିଛନ୍ତି, ସେଠାରେ ଅଷ୍ଟ୍ରେଲିଆ ପାକିସ୍ତାନ ଗସ୍ତ କରି ପୂରା ସିରିଜ୍ ଖେଳିବାକୁ ପ୍ରସ୍ତୁତି ହୋଇଛି। ପାକିସ୍ତାନ କ୍ରିକେଟ୍  ବୋର୍ଡ(ପିସିବି) ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତର ପୂରା କାର୍ଯ୍ୟସୂଚୀ ଜାରି କରିଛି। ଅଷ୍ଟ୍ରେଲିଆର ଏହି ଗସ୍ତ ପାକିସ୍ତାନ ପାଇଁ ଗୁରୁତ୍ଵପୂର୍ଣ୍ଣ ଅଟେ। ଦୀର୍ଘ ୨୪ ବର୍ଷ ପରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ ଯିବ । ଏହା ପୂର୍ବରୁ ଦଳ ୧୯୯୮ରେ ପାକିସ୍ତାନ ଗସ୍ତ କରିଥିଲା।

ଏହି ଗସ୍ତରେ ଅଷ୍ଟ୍ରେଲିଆ ଦଳ ଘରୋଇ ପାକିସ୍ତାନ ବିପକ୍ଷରେ ତିନୋଟି ଦିନିକିଆ, ତିନୋଟି ଟେଷ୍ଟ ଏବଂ ଗୋଟିଏ ମ୍ୟାଚର ଟି-୨୦ ସିରିଜ୍ ଖେଳିବ । ଦୁଇ ଦଳ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ବର୍ଷ ମାର୍ଚ୍ଚ ୩ରୁ ମାର୍ଚ୍ଚ ୭ ମଧ୍ୟରେ କରାଚିରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମାର୍ଚ୍ଚ ୧୨ ରୁ ୧୬ ଏବଂ ତୃତୀୟ ଟେଷ୍ଟ ମାର୍ଚ୍ଚ ୨୧ରୁ ୨୫ ତାରିଖ ମଧ୍ୟରେ ଖେଳାଯିବ।  ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ  ଦିନିକିଆ ସିରିଜର ପ୍ରଥମ ମ୍ୟଚ୍ ମାର୍ଚ୍ଚ ୨୯, ଦ୍ଵିତୀୟ ମାର୍ଚ୍ଚ ୩୧  ଏବଂ ତୃତୀୟ ଏପ୍ରିଲ ୨ରେ ଲାହୋରରେ ଖେଳାଯିବ। ଏକ ମାତ୍ର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଏପ୍ରିଲ ୫ରେ ଲାହୋରରେ ଖେଳାଯିବ। ତିନି ମ୍ୟାଚ୍ର ଟେଷ୍ଟ ସିରିଜ୍ ଆଇସିସି  ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଅଂଶବିଶେଷ ରହିବ। ଆଉ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଇସିସି ବିଶ୍ଵ କପ୍ ସୁପର ଲିଗର ଅଂଶ ରହିଛି।

Get real time updates directly on you device, subscribe now.