fbpx

ଝାଡ଼ଖଣ୍ଡରେ ୧୧ଟା ସୁଦ୍ଧା ୨୭.୪୧% ମତଦାନ, ବିସ୍ଫୋରଣ କରି ପୋଲ ଉଡ଼େଇଲେ ମାଓବାଦୀ

ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ଝାଡ଼ଖଣ୍ଡ ରାଜ୍ୟର ମାଓ ପ୍ରଭାବିତ ୬ଟି ଜିଲ୍ଲାରେ ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୭.୪୧% ମତଦାନ ହୋଇଛି । ସେଠାକାର ଗୁମଲା ଜିଲ୍ଲାର ବିଷ୍ଣୁପୁରରେ ମାଓବାଦୀମାନେ ବିସ୍ଫୋରଣ କରିଥିବା ସୂଚନା ମିଳିଛି । ସେଠାରେ ବିସ୍ଫୋରଣ କରି ପୋଲ ଉଡ଼େଇ ଦେଇଛନ୍ତି । କିନ୍ତୁ ଭୋଟଗ୍ରହଣ ଉପରେ କୌଣସି ପ୍ରଭାବ ପନିନାହିଁ । ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ଲକ୍ଷ ୮୩ହଜାର ମତଦାତା । ମତଦାତାମାନେ ମୈଦାନରେ ଥିବା ୧୮୯ଜଶ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.