fbpx

ନାଥପୁର ବୋମାମାଡ଼ ଘଟଣା: ୮ ଜଣଙ୍କୁ ବାନ୍ଧିନେଲା ପୋଲିସ

ବ୍ରହ୍ମଗିରି(ଓଡ଼ିଶା ଭାସ୍କର): ନାଥପୁରରେ ବୋମାମାଡ଼ ଓ ଗୁଳିମାଡ଼ ଘଟଣାରେ ୮ ଜଣଙ୍କୁ ଗିରଫ କରିଛି ବ୍ରହ୍ମଗିରି ଥାନା ପୋଲିସ । ଘଟଣାସ୍ଥଳରେ ଅତିରିକ୍ତ ଏସପିଙ୍କ ସହ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ ୧୫ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ତେବେ ନାଥପୁର ଗାଁର ୩୫ ମୌଜା ବାସିନ୍ଦା ଓ ବ୍ରହ୍ମପୁର ଗାଁର ୪୬ ବାସନ୍ଦ ପରିବାର ମୁହାଁମୁହିଁ ହୋଇଥିଲେ । ଉଭୟ ଗୋଷ୍ଠୀ ପକ୍ଷରୁ ୫୦ରୁ ଅଧିକ ବୋମାମାଡ଼ ହୋଇଥିଲା। ସ୍ଥାନୀୟ ବସ୍ତିରେ ନିଆଁ ଲଗାଇ ଦେଇଥିଲେ ୩୫ ମୌଜାର ଉତ୍ୟକ୍ତ ଲୋକ । ବୋମାବର୍ଷା ସହ ଟେକା ପଥର ମାଡ଼ ହୋଇଥିଲା। ପରିସ୍ଥିତି ଉତ୍ତଜେନାପୂର୍ଣ୍ଣ ରହିଥିବାରୁ ଅତିରିକ୍ତ ଏସ୍‌ପିଙ୍କ ସମେତ ୪ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।

Get real time updates directly on you device, subscribe now.