ଚୂଲିରେ ନିଆଁ ପୁଆଁଇବା ବେଳେ ଜଳିଲେ ଯୁବତୀ, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଦେବଗଡ (ଭାସ୍କର ନ୍ୟୁଜ): ଦେବଗଡ଼ ନୀଳବେର୍ଣ୍ଣି ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଶୀତରୁ ରକ୍ଷା ପାଇବା ପାଇଁ ଚୂଲି ଲଗାଇ ନିଆଁ ପୁଆଁଇବା ବେଳେ ଅସାବଧାନତାବଶତଃରୁ ଜଣେ ଯୁବତୀଙ୍କ ଦେହରେ ନିଆଁ ଲାଗିଯିବାରୁ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ରାଉରକେଲା ବୀରକେରାର ଲକ୍ଷ୍ମୀ ଲୁଗୁନ ନୀଳବେର୍ଣ୍ଣି ସାହିରେ ରହୁଥିବା ନିଜ ଭଉଣୀ ଘରକୁ ଯାଇଥିଲେ ।