fbpx

ଅଷ୍ଟମ, ଦଶମ ପାସଙ୍କୁ ସରକାରୀ ଚାକିରି ସୁଯୋଗ; ୬୫୧ ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି 

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଚାକିରି ପାଇଁ ଆଶାୟୀ ଅଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ଜରୁରୀ ଖବର ହୋଇପାରେ । ବର୍ତ୍ତମାନ FCI, WBL ଏବଂ CSB ସମତେ ଅନେକ ସରକାରୀ ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀ ନିର୍ଦ୍ଧାରିତ ଉପାୟରେ ଆବେଦନ କରିପାରିବେ । ତେବେ ଆବେଦନ କରିବା ପୂର୍ବରୁ ସମସ୍ତ ସୂଚନା ପଢ଼ିନିଅନ୍ତୁ ।

FCI Recruitment 2021;

ଭାରତୀୟ ଖାଦ୍ୟ ନିଗମ ହରିୟାଣା ଡିପୋ ଏବଂ କାର୍ଯ୍ୟାଳୟରେ ଚୌକିଦାର ପଦ ପାଇଁ ସମୁଦାୟ ୩୮୦ ପଦବୀରେ ଆବେଦନ ଗ୍ରହଣ କରିଛି । ଯାହାର ଆବେଦନ କରିବା ଶେଷ ତାରିଖ ହେଉଛି ୧୯ ନଭେମ୍ବର ୨୦୨୧ । ଆଶାୟୀ ଆବେଦନ କରିବା ପାଇଁ ଏଫସିଆଇର ଅଫିସିଆଲ ୱେବସାଇଟ fci.gov.in ରେ ଆବେଦନ କରିପାରିବେ । ଏହି ପଦ ପାଇଁ ଅଷ୍ଟମ ପାସ ସର୍ବନିମ୍ନ ଯୋଗ୍ୟତା ରହିଛି ।

CSB Recruitment 2021;

ସେଣ୍ଟ୍ରାଲ ସିଲ୍କ ବୋର୍ଡ ଟ୍ରେନର୍ସ ପାଇଁ ୩୦ ଏବଂ ଟ୍ରେନିଙ୍ଗ ଆସିଷ୍ଟାଣ୍ଟରେ ୩୦ ପଦ ପାଇଁ ଆବେଦନ ଗ୍ରହଣ କରୁଛି । ଏଥିରେ ଆବେଦନ କରିବା ପାଇଁ ଆଶାୟୀ ଅଫିସିଆଲ ୱେବସାଇଟ csb.gov.in ମାଧ୍ୟମରେ ଆବେଦନ କରିପାରିବେ । ଏହାର ଶେଷ ତାରିଖ ୧୭ ନଭେମ୍ବର ରହିଛି ।

WCL Recruitment 2021;

ୱେଷ୍ଟର୍ଣ୍ଣ କୋଲଫିଲଡ୍ସ ଲିମିଟେଡ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ମାଇନିଙ୍ଗ ସରଦାର ଏବଂ ସର୍ଭେୟର ପଦରେ ଆବେଦନ ଗ୍ରହଣ କରାଯାଉଛି । ମାଇନିଙ୍ଗ ସରଦାରରେ ୧୬୭ ପଦ ଖାଲିଥିବାବେଳେ ସର୍ଭେୟର ପାଇଁ ୪୪ ପଦ ପାଇଁ ଆବେଦନ କରାଯାଉଛି । ୨୧ ଅକ୍ଟୋବର ହେଉଛି ଆବେଦନର ଶେଷ ତାରିଖ । ଆଶାୟୀ ଅଫିସିଆଲ ୱେବସାଇଟ www.westerncoal .in କୁ ଯାଇ ଆବେଦନ କରିପାରିବେ ।

Get real time updates directly on you device, subscribe now.