fbpx

ବିନା ଇଣ୍ଟରନେଟରେ ଜାଣନ୍ତୁ ନିଜର EPF ବାଲାନ୍ସ: ଆପଣାନ୍ତୁ ଏହି ତରିକା

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତଙ୍କ ଇପିଏଫ୍ ଖାତାକୁ ସୁଧରାଶି ଟ୍ରାନ୍ସଫର ହେଉଛି । ଯଦି ଆପଣ ନିଜର ଇପିଏଫ ବାଲାନ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ଲଗଇନ କରି ଏହା ଜାଣିପାରିବେ । ୟୁଏନ୍ ଆଇଡି କିମ୍ବା ଉମଙ୍ଗ ଆପ୍ ଜରିଆରେ ମଧ୍ୟ ଆପଣ ଚେକ୍ କରି ପାରିବେ । ମାତ୍ର ବିନା ଇଣ୍ଟରନେଟରେ ମଧ୍ୟ ଆପଣ ନିଜର ଇପିଏଫ୍ ବାଲାନ୍ସ ଚେକ୍ କରି ପାରିବେ । କେବଳ ଏକ ମିସ୍ଡ କଲ କିମ୍ବା ଏସଏମଏସ ଜରିଆରେ ଆପଣ ଏହା ଚେକ୍ କରି ପାରିବେ । ଇପିଏଫ୍ ସୁଧହାର ୮.୫ ପ୍ର୍ରତିଶତକୁ ବଢାଇ ଦିଆଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ଗ୍ରାହକଙ୍କ ଖାତାକୁ ପଠାଇ ଦିଆଯାଇଛି । ଏହାକୁ ଆପଣ ନିମ୍ନଲିଖିତ ଉପାୟରେ ଚେକ୍ କରି ପାରିବେ ।

୧. ଏସଏମ୍ଏସ: ଇପିଏଫ୍ ଆକାଉଣ୍ଟ ସହିତ ରେଜିଷ୍ଟର ମୋବାଇଲରୁ ଏସଏମଏସ୍ ପଠାଇ ଆପଣ ନିଜର ଇପିଏଫ୍ ବାଲାନ୍ସ ଚେକ କରିପାରିବେ । ଲେଖି ୭୭୩୮୨୯୯୮୯୯ ନମ୍ବରରେ ମେସେଜ ପଠାଇଲେ ନିଜର ଇପିଏଫ୍ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ହିନ୍ଦି ଏବଂ ଇଂରାଜୀରେ ହାସଲ କରିପାରିବେ ।ଲାନ ସ୍ଥାନରେ ଆପଣଙ୍କୁ ହିନ୍ଦି ଅଥବା ଇଂରାଜୀ ଲେଖିବାକୁ ପଡିବ ।

୨. ମିସ୍ଡ କଲ୍: ଆପଣ ମିସ୍ଡ କଲ ଜରିଆରେ ମଧ୍ୟ ନିଜର ଇପିଏଫ ଆକାଉଣ୍ଟ ବାଲାନ୍ସ ଚେକ୍ କରି ପାରିବେ । ନିଜର ପଞ୍ଜୀକୃତ ମୋବାଇଲରୁ ୦୧୧-୨୨୯୦୧୪୦୬ ନମ୍ବରରେ କଲ କରି ବାଲାନ୍ସ ଚେକ୍ କରିପାରିବେ ବୋଲି ଇପଏଫ୍ଓ ପକ୍ଷରୁ କୁହାଯାଇଛି ।

୩. ଅନଲାଇନ୍ ଓ ଉମଙ୍ଗ: ଆପଣଙ୍କୁ ପ୍ରଦାନ କରାଯାଇଥିବା ୟୁଏଏନ୍ ନମ୍ବର ଏବଂ ଲଗଇନ୍ ପାଶୱାର୍ଡ ଜରିଆରେ ଆପଣ ନିଜର ବାଲାନ୍ସ ଚେକ୍ କରିପାରିବେ ।

Get real time updates directly on you device, subscribe now.