fbpx

ଛଟ୍ ପୂଜା ବେଳେ ଚପଲ ପିନ୍ଧି ଟ୍ରୋଲ ହେଲେ ଗୁରୁମିତ୍ ଚୌଧୁରୀ

ମୁମ୍ବାଇ: ଛଟ୍ ପୂଜା ବଡ଼ ଧୁମଧାମରେ ପାଳିତ ହୋଇଛି । ଟିଭି କଳାକାରଙ୍କ ଠାରୁ ଆରମ୍ଭ କରି ସିନେମା କଳାକାର ମାନେ ପାଳନ କରିଛନ୍ତି ଛଟ୍ ପୂଜା । ଅଭିନେତା ଗୁରୁମିତ ଚୌଧୁରୀ ପତୀ୍ନ ଦେବିନାଙ୍କ ସହ ଛଯ୍ ପୂଜା ପାଳନ କରିଛନ୍ତି । ଯାହାର ଫୋଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ତେବେ ତାଙ୍କର ଏହି ଫୋଟୋରେ ଗୁରୁମିତ ଚୌଧୁରୀ ଚପଲ ପିନ୍ଧି ପୂଜା କରୁଥିବାର ନଜର ଆସିଛନ୍ତି । ଯେତେବେଳେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ଦେଖିଥିଲେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଏବଂ ତାଙ୍କୁ ଠିକ୍ ଭାବରେ କେମିତି ପୂଜା କରାଯାଏ ଶିଖାଇବା ଆରମ୍ଭ କରିଥିଲେ । ତେବେ ଗୁରୁମିତଙ୍କ ଚପଲ ପିନ୍ଧି ପୂଜା କରିବା କଥା ୟୁଜର୍ସଙ୍କୁ ପସନ୍ଦ ଆସିନାହିଁ । ଆଉ ଏହାକୁ ନେଇ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି ।

Get real time updates directly on you device, subscribe now.