fbpx

ମହାଲିଙ୍ଗ ପବ୍ଲିକ ସ୍କୁଲରେ ଯୌନ ଶୋଷଣ; ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ SPଙ୍କୁ ନିର୍ଦ୍ଦେଶ

ନୂଆପଡ଼ା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ସାରା ରାଜ୍ୟରେ ତାତି ଦେଖିବାକୁ ମିଳିଛି । ମମିତାଙ୍କ ହତ୍ୟା ପରେ ସନସାଇନ୍ ପବ୍ଲିକ୍ ସ୍କୁଲରେ ଯୌନ ଶୋଷଣ ଚାଲିଥିବା ଅଭିଯୋଗ ହୋଇଛି । ଏହି ପ୍ରସଙ୍ଗରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୩ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କଳାହାଣ୍ଡି ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଛାତ୍ରଛାତ୍ରୀଙ୍କୁ ଶୋଷଣ କରିବା ଅଭିଯୋଗ ଅଛି । ମାର୍କ ବଢ଼ାଇବା ଆଳରେ ପିଲାଙ୍କୁ ଯୌନ ଶୋଷଣ କରାଯିବା ଅଭିଯୋଗ ଅଛି । ସ୍କୁଲକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିୟମିତ ଯିବାର ଅଭିଯୋଗ ଆସୁଛି । ଏନେଇ ଘଟଣାର ଫୁଙ୍ଖାନୁପୁଙ୍ଖ ତଦନ୍ତ ସହ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି, ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.