fbpx

‘ଓକାକ୍’ ସିଇଓ ସାଇବର ଠକେଇରେ ନାଇଜେରିଆ ଲିଙ୍କ୍, କ୍ରାଇମବ୍ରାଞ୍ଚର ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ‘ଓକାକ୍’ ସିଇଓ ମନୋଜ ପଟ୍ଟନାୟକ ସାଇବର ଠକେଇର ଶିକାର ମାମଲା ଆସିଛି ନୂଆ ତଥ୍ୟ । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଛି କେତେକ ସୂଚନା । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ଲିଙ୍କ ଥିବା ସନ୍ଦେହ କରାଯାଉଛି । ହ୍ୟାକରଙ୍କ ସହ କଥାବାର୍ତ୍ତା ଚାଲିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ତେବେ ହ୍ୟାକରମାନେ ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢ଼ୁଛନ୍ତି । ଯେଉଁ ଆକାଉଣ୍ଟରୁ ଟଙ୍କା କାଢ଼ୁଛନ୍ତି ତାହା ଭାରତ ଭିତର ଆକାଉଣ୍ଟ ହୋଇଥିବା ଜଣାପଡିଛି । ଟଙ୍କା କାଢ଼ୁଥିବା ଆକାଉଣ୍ଟରେ ମାତ୍ର ହଜାରେ ଟଙ୍କା ରଖି ସବୁ କାଢ଼ିଦେଉଛନ୍ତି । ଏନେଇ ହ୍ୟାକରଙ୍କ ଏକାଧିକ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ବା ଓକାକ୍ ମୁଖ୍ୟଙ୍କ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । OCAC ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ନାଁରେ ଠକେଇ ଅଭିଯୋଗ ଅଣାଯାଇଛି । OCAC ମୁଖ୍ୟ ମନୋଜଙ୍କ ନାଁ କହି ହ୍ୱାଟ୍ସଆପରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ୭ ଲକ୍ଷ ଟଙ୍କା । ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ମନୋଜ ପଟ୍ଟନାୟକ । ଅଭିଯୋଗ ପରେ ଖୋଳତାଡ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.