fbpx

ମମିତା ମେହେର ହତ୍ୟା ଘଟଣା: ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଉତ୍ତରାଞ୍ଚଳ ଡିଆଇଜିଙ୍କ ପ୍ରେସମିଟ୍ । ମାମଲାକୁ ନେଇ ଆସିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଡିଆଇଜି । ଡିଆଇଜି କହିଛନ୍ତି ୧୩ରେ ମାମଲା ରୁଜୁ ସହ କୋର୍ଟକୁ ମାମଲା ଯାଇଥିଲା । କୋର୍ଟକୁ ବିଳମ୍ବରେ ମାମଲା ଆସିଥିବା ଅଭିଯୋଗ ଭିତ୍ତିହୀନ । ପୋଲିସ ଏହି ମାମଲାରେ ସଠିକ୍ ଭାବରେ ତଦନ୍ତ କରୁଛି । ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇସାରିଛି, ପୀଡ଼ିତା ରାୟପୁର ଯାଇଥିବା ନେଇ ସେଭଳି ତଥ୍ୟ ମିଳିନାହିଁ । ହତ୍ୟା ପଛର ଉଦ୍ଦେଶ୍ୟ କ’ଣ ପୂର୍ବରୁ ସ୍ପଷ୍ଟ କରିସାରିଥିବା ନେଇ କହିଛନ୍ତି ଡିଆଇଜି ।

ସୂଚନାଯୋଗ୍ୟ, ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ । ଏହି ମାମଲାରେ ଗୃହମନ୍ତ୍ରୀଙ୍କ ସଂପୃକ୍ତି ରହିଛି ଏବଂ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବରୋଧୀ ଦାବି କରିଆସୁଥିବାବେଳେ ପୋଲିସ ଏହି ମାମଲାରେ ଠିକ୍ ଭାବରେ ତଦନ୍ତ ହେଉନାହଁ ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ ।

 

Get real time updates directly on you device, subscribe now.