fbpx

ଆମେରିକାକୁ ମିଳିପାରେ ୨୦୨୪ ଟି-୨୦ ବିଶ୍ଵ କପର ଆୟୋଜନ ଅଧିକାର, ପ୍ରସ୍ତୁତି ଚଳାଇଛି ଆଇସିସି

ନୂଆଦିଲ୍ଲୀ : ୨୦୨୮ରେ ହେବାକୁ ଥିବା ଲସ୍ ଏଞ୍ଜଲେସ୍ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ୍ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଲକ୍ଷ୍ୟ ରଖିଛି। ଏଥିପାଇଁ ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୪ର ଆୟୋଜନ ଅଧିକାର ଆମେରିକାକୁ ଦେଇପାରେ। ଏମିତି ହେଲେ ଦୁନିଆରେ କ୍ରିକେଟ୍ର ପ୍ରସାର ଘଟିବା ସହ ଅଲିମ୍ପିକ୍ସରେ ସାମିଲ୍ ହେବାର ମାର୍ଗ ସହଜ ହେବ।
ସିଡନୀ ମର୍ଣ୍ଣିଂ ହେରାଲ୍ଡର ରିପୋର୍ଟ ଅନୁଯାୟୀ, ଆଇସିସି ଟୁର୍ଣ୍ଣାମେଣ୍ଟର ଆୟୋଜନ ସ୍ଥଳର ନିଷ୍ପତ୍ତି ଆସନ୍ତା ବୈଠକରେ ନିଆଯିବ। ୨୦୨୪ ଟି-୨୦ ବିଶ୍ଵ କପ୍ର ଆୟୋଜନ ଅଧିକାର ଆମେରିକା ଓ କ୍ରିକେଟ୍ ଓ୍ଵେଷ୍ଟଇଣ୍ଡିଜକୁ ଦିଆଯାଇପାରେ। ଏଥିରେ ସମଗ୍ର ଦୁନିଆରେ କ୍ରିକେଟ୍ର ପ୍ରସାର ଘଟିବ। ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ୨୦୧୪ ପରେ ପ୍ରଥମ ଥର ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ମିଳିବ ନାହିଁ।
ଆଇସିସି ନିଜର ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବଂ ପ୍ରସାରଣ ଅଧିକାର କୌଣସି ସହାୟକ ଦେଶକୁ ଦେବାକୁ ଉଦ୍ୟମ ଚଳାଇଛି। ଆଶା କରାଯାଉଛି ଯେ, ୨୦୨୪ ଟି-୨୦ ବିଶ୍ଵ କପ୍ରେ ଆଇସିସି ୨୦ ଦଳ ସାମିଲ୍ କରିବ। ଏହିପରି ୨୦୨୧ ବିଶ୍ଵ କପ୍ ତୂଳନାରେ ମ୍ୟାଚ୍ ସଂଖ୍ୟା ବୃଦ୍ଧି ଘଟି ୫୫ ହେବ। ଆଇସିସି ୨୦୨୪ ଏବଂ ୨୦୩୧ ମଧ୍ୟରେ ଅନେକ ବିଶ୍ଵସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ ଏବଂ ଏହାର ଆରମ୍ଭ ୨୦୨୪ ଟି-୨୦ ବିଶ୍ଵ କପରୁ ଆରମ୍ଭ ହେବ।

Get real time updates directly on you device, subscribe now.