fbpx

ଅରୁଣାଙ୍କ ଶୁଦ୍ଧ ଶାକାହାରୀ CONDOM ‘ସାଲାଡ’: ପ୍ରାକୃତିକ ଲେଟେକ୍ସ ରବରରୁ ତିଆରି

ନୂଆଦିଲ୍ଳୀ: ଭାରତରେ ସେକ୍ସକୁ ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଭାବରେ ଗ୍ରହଣ କରାଯାଏ । ସଂସ୍କାର ନାମରେ ଅସୁରକ୍ଷିତ ସେକ୍ସ କରିବାକୁ ପଛାନ୍ତି ନାହିଁ ମାତ୍ର କଣ୍ଡୋମ ପରି ଶବ୍ଦ ଶୁଣିଲେ ଭୟଭୀତ ହୋଇ ପଡିଥାନ୍ତି । ଏଚଆଇଭିର ପ୍ରମୁଖ କାରଣ ହେଉଛି ଅସୁରକ୍ଷିତ ଯୌନ ସମ୍ପର୍କ । କହି ରଖିବାକୁ ଚାହିଁବୁ କି ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟାରେ ଭାରତ ବିଶ୍ୱରେ ତୃତୀୟ । ଏହା ସହିତ ଅନିଚ୍ଛାକୃତ ଗର୍ଭଧାରଣରେ ମଧ୍ୟ ଭାରତ ବେଶ ଆଗରେ । ବର୍ଷକୁ ୨୩ ଲକ୍ଷ ମହିଳା ନିଜ ଇଚ୍ଛା ବିରୋଧରେ ଗର୍ଭବତୀ ହୋଇଥାନ୍ତି । ତେବେ ବିଂଶ ଶତାବ୍ଦୀରେ ଏଭଳି ଏକ କୁପ୍ରଥାକୁ ଦୂରେଇବାକୁ ନିଷ୍ପତ୍ତି ନେବା ସହିତ ଆରମ୍ଭ କରିଥିଲେ ସମ୍ପୂର୍ଣ୍ଣ ଶାକାହ।ରୀ କଣ୍ଡୋମ ବେପାର । ନୂଆଦିଲ୍ଳୀର ୨୬ ବର୍ଷୀୟ ମହିଳା ଏଣ୍ଟ୍ରପ୍ରେନ୍ୟୁୟର ଅରୁଣା ଚାୱଲା ଆରମ୍ଭ କରିଛନ୍ତି ସମ୍ପୂର୍ଣ୍ଣ ଶୁଦ୍ଧ, ଶାକାହାରୀ ଭେଗାନ କଣ୍ଡୋମ ‘ସାଲାଡ’ ।

ନିରୋଧ ଉପରେ ଅରୁଣା ନିଜର ରିସର୍ଚ୍ଚ ସମୟରେ ଏଚଆଇଭି ଓ ଗର୍ଭଧାରଣ ସମ୍ପର୍କରେ ଜାଣିବାକୁ ପାଇଲେ । ଦିଲ୍ଳୀ, ମୁମ୍ବାଇ ପରି ମେଟ୍ରୋ ସହର ଗୁଡିକରେ ମଧ୍ୟ ଲୋକ କଣ୍ଡୋମ କିଣିବାକୁ ଡରନ୍ତି । ଏପରି ପରସ୍ଥିତିରେ ଗାଁରେ ବସବାସ କରୁଥିବା ଲୋକଙ୍କ କଥା ନକହିବା ଭଲ । ଏହାପରେ ଅରୁଣା ଆରମ୍ଭ କରନ୍ତି ସାଲାଡ୍ । ତେବେ ଅରୁଣାଙ୍କ ଏହି ଯାତ୍ରା ଏତେ ସହଜ ନଥିଲା ।

ଜୁନ୍ ୨୦୨୦ରେ ଅରୁଣା ନିଜ ପଇସାରେ ଶୁଦ୍ଧ, ଶାକାହାରୀ ଭେଗାନ କଣ୍ଡୋମ ‘ସାଲାଡ’ ଲଞ୍ଚ କରନ୍ତି । ତେବେ ଅରୁଣାଙ୍କୁ ନିଜ ଷ୍ଟାର୍ଟଅପ୍ ପାଇଁ ଫଣ୍ଡ ଯୋଗାଡ କରିବାକୁ ନାକେଦମ ହେବାକୁ ପଡିଥିଲା । କଣ୍ଡୋମ ବ୍ୟବସାୟରେ କେହି ମହିଳା ନଥିବା ବେଳେ ପୁରୁଷ ମାନେ ଏ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିବାକୁ ସଙ୍କୋଚ କରୁଥିଲେ । ଏହି ସାଲାଡ କଣ୍ଡୋମଟି ସମ୍ପୂର୍ଣ୍ଣ ଭାବରେ ଶାକାହାରୀ । ଅନ୍ୟ କଣ୍ଡୋମ ଗୁଡିକରେ ବିଭିନ୍ନ ପଶୁପକ୍ଷୀଙ୍କ ଲାଟେକ୍ସ ବ୍ୟବହୃତ ହେଉଥିବା ବେଳେ ସାଲାଡରେ ବ୍ୟବହୃତ ହୁଏ ପ୍ରାକୃତିକ ରବର ଲ୍ୟାଟେକ୍ସ । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ସପ୍ତାହରେ ମାତ୍ର ଦୁଇ ଦିନ ରପ୍ତାନୀ କରାଯାଏ । ସାଲାଡର ୱେବସାଇଟ ଜରିଆରେ ଏହାକୁ ଅନଲାଇନ କିଣାଯାଇ ପାରିବ । ଏହାର ମୂଲ୍ୟ ମାତ୍ର ୯୧ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.