fbpx

ଟି-୨୦ ବିଶ୍ୱକପକୁ ନେଇ ଉଠିଲା ପ୍ରଶ୍ନ, ଅଧିକାଂଶ ମ୍ୟାଚରେ ଟସ୍ ୱିନର ମ୍ୟାଚ ଜିତିଲେ କିପରି?

ନୂଆଦିଲ୍ଲୀ: ପ୍ରାୟ ଏକ ମାସ ଧରି ଚାଲିଆସିଥିବା ଟି-୨୦କୁ ମିଳିସାରିଛି ବିଶ୍ୱବିଜେତା । ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଛି । ତେବେ ଚଳିତ ବିଶ୍ୱକପକୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନ । ପ୍ରତ୍ୟେକ ମ୍ୟାଚରେ ଟସ୍ ହିଁ ମ୍ୟାଚ ବିଜେତାକୁ ଚୟନ କରିଥିବା ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଫାଇନାଲ ପର୍ଯ୍ୟନ୍ତ ଟସର ଟ୍ରେଣ୍ଡ ଦେଖିବାକୁ ମିଳିଛି । ସୁପର-୧୨ ରାଉଣ୍ଡ, ସେମିଫାଇନାଲ, ଫାଇନାଲ ପର୍ଯ୍ୟନ୍ତ ଖେଳାଯାଇଥିବା ମୋଟ ୪୫ ମ୍ୟାଚରୁ ୩୦ଟି ମ୍ୟାଚରେ ବିଜୟ କେବଳ ଟସ୍ ଦ୍ୱାରା ନିର୍ଦ୍ଧାରିତ ହୋଇଛି ।

ଜଣାପଡ଼ିଛି ଯେ, ୬୦ ପ୍ରତିଶତରୁ ଅଧିକ ମ୍ୟାଚରେ ଟସ୍ ଏକ ବଡ଼ ଭୂମିକା ଗ୍ରହଣ କରିଛି । ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଚଳିତ ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ମୋଟ ୧୩ଟି ମ୍ୟାଚରୁ ୧୧ଟି ମ୍ୟାଚ ଟସ୍ ଜିତିଥିବା ଦଳ ଜିତିଛି । କେବଳ ୨ଟି ମ୍ୟାଚ ଟସ୍ ହାରିଥିବା ଦଳ ଜିତିଥିବା ଜଣାପଡ଼ିଛି । ମୋଟ ୧୩ଟି ମ୍ୟାଚରୁ ୧୨ଟି ମ୍ୟାଚରେ ଯେଉଁ ଦଳ ପ୍ରଥମେ ବୋଲିଂ କରିଥିଲେ ସେମାନେ ଜିତିଛନ୍ତି । ଫାଇନାଲ ମଧ୍ୟ ଏହା ଦେଖିବାକୁ ମିଳିଛି । ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତିବା ସହ ଦଳକୁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ସେଥିପାଇଁ ଟସର ଗୁରୁତ୍ୱ ନେଇ ଫାଇନାଲ ପୂର୍ବରୁ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । ତେଣୁ ଟସକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି । ଖେଳ ଦୁଇ ବରାବର ଦଳ ମଧ୍ୟରେ ହେବା ଉଚିତ ବୋଲି ଆଇସିସି ଧ୍ୟାନ ଦେଉ, ଏପରି କହିଛନ୍ତି ଲିଟିଲ ମାଷ୍ଟର ।

Get real time updates directly on you device, subscribe now.