fbpx

ଚିତ୍କାରରେ ଫାଟିଲା ଗାଁ, ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ଉର୍ଦ୍ଦୁ ଶିଖାଉଥିବା ଶିକ୍ଷକ

କୋଟା: ରାଜସ୍ଥାନର କୋଟାର ଗ୍ରାମୀଣ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ପଢ଼ାଇବା ଆଳରେ ଜଣେ ବ୍ୟକ୍ତି ନୀରିହ ଶିଶୁକନ୍ୟାକୁ ଧର୍ଷଣ କରିଛି । ଅବଶ୍ୟ ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିବାରେ ସଫଳ ହୋଇଛି ।

ତେବେ କୋଟା ସହରର ରାମପୁରାର ବାସିନ୍ଦା ହେଉଛି ଅଭିଯୁକ୍ତ ଅବଦୁଲା ରହୀମ । ଅଭିଯୁକ୍ତ କୋଟାସୁୱା ଗାଁରେ ଏକ କଠୋରୀରେ ପିଲାଙ୍କୁ ଉର୍ଦ୍ଦୁ ପଢ଼ାଇବାର କାମ କରିଥାଏ । ପାଠପଢ଼ା ସମୟରେ ସେ ୬ ବର୍ଷର ନାବାଳିକା ସହ ବଳାତ୍କାର କରିଛି ।

ଦୁଷ୍କର୍ମ ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଏନେଇ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ମାତ୍ର କେଇ ଘଣ୍ଟାରେ ଗିରଫ କରିଥିଲା ପୋଲିସ । ଏବେ ଦିଗୋଦ ଥାନା ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।

Get real time updates directly on you device, subscribe now.