fbpx

ଗୋଟିଏ ଦିନରେ ATMରୁ ଉଠିବ ଏତିକି ଟଙ୍କା, ଜାଣନ୍ତୁ କେତେ ରହିଛି ଆପଣଙ୍କ ATMର ଲିମିଟ୍?

ନୂଆଦିଲ୍ଲୀ: ଆମେ ଆମର ଟଙ୍କା ସୁରକ୍ଷିତ ରଖିବା ପାଇଁ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲାଇଥାନ୍ତି । ବ୍ୟାଙ୍କରୁ ଆମେ ଟଙ୍କା ମଧ୍ୟ ଉଠାଇପାରନ୍ତି । ବ୍ୟାଙ୍କ ଦେଉଥିବା ଅନେକ ସୁବିଧା ମଧ୍ୟରୁ ଗୋଟିଏ ହେଉଛି ଏଟିଏମ ସେବା । ଏହାଦ୍ୱାରା ଆମେ ଯେକୌଣସି ସମୟରେ କୌଣସି ବି ଏଟିଏମରୁ ଟଙ୍କା ଉଠାଇପାରନ୍ତି । ତେବେ ଅନେକ ବ୍ୟାଙ୍କ ଆକାଉଣ୍ଟ ଭିନ୍ନ ଭିନ୍ନ ପ୍ରକାରର ଏଟିଏମ ସେବା ଯୋଗାଇଥାନ୍ତି । ସବୁ ଏଟିଏମ କାର୍ଡର ଏକ ସୀମିତ ଟଙ୍କା ଉଠାଇପାରିବେ ।

ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କର ଏଟିଏମ କାର୍ଡରୁ ଆପଣ ଗୋଟିଏ ଦିନରେ କେତେ ଟଙ୍କା ଉଠାଇପାରିବେ ।

ଏସବିଆଇ:

ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କର କ୍ଲାସିକ ଏବଂ ମାଇଷ୍ଟ୍ରୋ ଏଟିଏମ କାର୍ଡରେ ଆପଣ ଗୋଟିଏ ଦିନରେ ସର୍ବାଧିକ ୨୦ ହଜାର ଟଙ୍କା ଉଠାଇପାରିବେ । ସେହିଭଳି ଗ୍ଲୋବାଲ ଏଟିଏମ କାର୍ଡରେ ସର୍ବାଧିକ ୪୦ ହଜାର ଟଙ୍କା ଗୋଟିଏ ଦିନରେ ଉଠାଇପାରିବେ ।

ଆଇସିଆଇସି ବ୍ୟାଙ୍କ:

ଆଇସିଆଇସି ବ୍ୟାଙ୍କ ଏଟିଏମରୁ ଆପଣ ଗୋଟିଏ ଦିନରେ ୫୦ ହଜାର ଟଙ୍କା ଉଠାଇପାରିବେ । ସେହିଭଳି ବ୍ୟାଙ୍କର ପ୍ଲାଟିନମ ଚିପ୍ କାର୍ଡରେ ୧ ଲକ୍ଷ ଟଙ୍କା ଯାଏଁ ଉଠାଯାଇପାରିବ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ:

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକ କ୍ଲାସିକ କାର୍ଡରେ ଦିନକରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବାବେଳେ ପ୍ଲାଟିନମ କାର୍ଡରେ ଦୈନିକ ୫୦ହଜାର ପର୍ଯ୍ୟନ୍ତ ଉଠାଇପାରିବେ ।

ଏଚଡିଏଫସି ବ୍ୟାଙ୍କ;

ଏଚଡିଏଫସି ବ୍ୟାଙ୍କର ଏଟିମଏମ କାର୍ଡରେ ଆପଣ ଦିନକୁ ୧୦ ହଜାରରୁ ୨୫ ହଜାର ଉଠାଇପାରିବାବେଳେ । ପ୍ଲାଟିନମ କାର୍ଡରେ ୧ଳକ୍ଷ ପର୍ଯ୍ୟନ୍ତ ଗୋଟିଏ ଦିନରେ ଉଠାଇପାରିବେ ।

Get real time updates directly on you device, subscribe now.