fbpx

ଏସସିବି ନବକଳେବର ପାଇଁ ୧୦ ପରାମର୍ଶଦାତା ନିଯୁକ୍ତ

କଟକ,୧ ।୩(ଓଡିଶା ଭାସ୍କର): କଟକ ଏସସିବିକୁ ବିଶ୍ୱସ୍ତରୀୟ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏନେଇ ୧୦ ବିଶିଷ୍ଟ ଚିକିତ୍ସାବିତଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦ ପ୍ରଖ୍ୟାତ ଡାକ୍ତରଙ୍କ ମଧ୍ୟରୁ ୭ ଜଣ ପଦ୍ମ ସମ୍ମାନପ୍ରାପ୍ତ ଅଛନ୍ତି । ଏହା ସହ ପରାମର୍ଶଦାତା ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଏସସିବିର ପୁରାତନ ଛାତ୍ର ଥିବା ଜଣାପଡିଛି । ତେବେ ୧୦ ଜଣ ଡାକ୍ତରଙ୍କ ନାଁ ହେଉଛି- ରମାକାନ୍ତ ପଣ୍ଡା, ଦେବୀ ସେଟ୍ଟୀ, ଶ୍ରୀନାଥ ରେଡ୍ଡୀ, ସୁବ୍ରତ ଆଚାର୍ଯ୍ୟ, ମୁକୁଟ ମିଞ୍ଜ, ଦିଗମ୍ବର ବେହେରା, ଜଗତ ନରୁଲ୍ଲା, ଡାକ୍ତର ରାଜନ ବଡୱେ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଜି.ଏନ୍. ରାଓ ।

Get real time updates directly on you device, subscribe now.