fbpx

ଭାରତର ପ୍ରଥମ ସମଲିଙ୍ଗୀ ଜଜ୍ ହେବେ ସୌରଭ କୃପାଲ, ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍ ପକ୍ଷରୁ ବରିଷ୍ଠ ଓକିଲ ସୌରଭ୍ କୃପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ଜଜ୍ କରିବାକୁ ସୁପାରିଶ କରିଛନ୍ତି । ଯଦି କଲେଜିୟମର ଏହି ସୁପାରିଶ ଅନୁମୋଦନ ହୁଏ, ତେବେ ସୌରଭ୍ କୃପାଲ ଭାରତର ପ୍ରଥମ ସମଲିଙ୍ଗୀ ବିଚାରପତି ହେବେ। କୃପାଲ ସର୍ବସାଧାରଣରେ ନିଜକୁ ସମଲିଙ୍ଗୀ ବୋଲି ବର୍ଣ୍ଣନା କରନ୍ତି ଏବଂ ସମଲିଙ୍ଗୀ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ସୁପ୍ରିମକୋର୍ଟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ, ନଭେମ୍ବର ୧୧ ତାରିଖରେ କଲେଜିୟମ୍ ବୈଠକ ହୋଇଥିଲା । ଏହି ବୈଠକରେ ସୌରଭ କୃପାଲଙ୍କ ନାମ ସୁପାରିଶ କରାଯାଇଥିଲା । ଏହା ପୂର୍ବରୁ ଚଳିତ ବର୍ଷ ଭାରତର ପୂର୍ବ ମୁଖ୍ୟ ନ୍ୟାୟାଧୀଶ ଏସଏ ବୋବଡେ, କେନ୍ଦ୍ର ସରକାରଙ୍କୁ କୃପାଲଙ୍କୁ ଜଜ୍ କରିବା ପ୍ରସଙ୍ଗ ଉଠାଇଥିଲେ ଓ କେନ୍ଦ୍ର ସରକାର ଏହି ସମ୍ପର୍କରେ ନିଜର ରାୟ ସ୍ପଷ୍ଟ କରିବା ନେଇ କହିଥିଲେ ।

ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତକ ହାସଲ କରିବା ପରେ ସୌରଭ କୃପାଲ ଅକ୍ସଫୋର୍ଡ ୟୁନିଭରସିଟିରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ନିଜେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ଆଇନ) କରିଥିଲେ । ଦୀର୍ଘ ଦିନ ଧରି ସୁପ୍ରିମକୋର୍ଟରେ ଅଭ୍ୟାସ କରିଥିଲେ। ସେ ଜେନେଭାରେ ୟୁନାଇଟେଡ୍ ନେସନ୍ ସହିତ ମଧ୍ୟ କାର୍ୟ୍ୟ କରିଛନ୍ତି। ନବତେଜ ସିଂ ଜୋହର ବନାମ ୟୁନିଅନ ଅଫ୍ ଇଣ୍ଡିଆ ମାମଲାରେ ସୌରଭ କୃପାଲ ଜଣାଶୁଣା। ପ୍ରକୃତରେ ସେକ୍ସନ୍ ୩୭୭ ଅପସାରଣ ପାଇଁ ସେ ଆବେଦନକାରୀଙ୍କ ଓକିଲ ଥିଲେ । ସେପ୍ଟେମ୍ବର ୨୦୧୮ ରେ, ଧାରା ୩୭୭ ସମ୍ବନ୍ଧୀୟ ଆଇନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖଣ୍ଡନ କରାଯାଇଥିଲା।

Get real time updates directly on you device, subscribe now.