fbpx

ସିବିଆଇ ଅଧିକାରୀଙ୍କୁ ପିଟିଲେ ସ୍ଥାନୀୟଲୋକେ

ଢ଼େଙ୍କାନାଳରେ ସିବିଆଇର ୮ ଅଧିକାରୀଙ୍କ ମାଡ଼ ଅଭିଯୋଗ । ଟାଉନ ଥାନା କଲୋନୀ ସାହିରେ ରେଡ୍ ବେଳେ ସିବିଆଇ ଟିମ୍ କୁ ମାଡ଼ । ସୁରେନ୍ଦ୍ର ନାୟକ ନାମକ ଅଭିଯୁକ୍ତ ଘରେ ରେଡ୍ ବେଳେ ମାଡ଼ । ସକାଳ ୭ଟାରେ ସୁରେନ୍ଦ୍ର ଘରେ ପହଞ୍ଚି ଜେରା କରିଥିଲେ ସିବିଆଇ ଅଧିକାରୀ । ଦୀର୍ଘ ସମୟ ପର୍ଯ୍ୟନ୍ତ ଜେରା କରିବାରୁ ଉତ୍ତେଜନା ବଢ଼ିଥିଲା । ସାହିର ବହୁ ପୁରୁଷ ଏବଂ ମହିଳା ସିବିଆଇ ଅଧିକାରୀଙ୍କୁ ଘେରିଥିଲେ । ଅଧିକାରୀଙ୍କୁ ଘରୁ ଘୋଷାଡ଼ି ଆଣି ମାରଧର କରିଥିଲେ ଲୋକେ ।

ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟିମ୍ କୁ ଉଦ୍ଧାର କଲା ଟାଉନ ଥାନା ପୋଲିସ । ଏବେ ଟାଉନ ଥାନାରେ ଅଛନ୍ତି ସିବିଆଇର ୮ ଅଧିକାରୀ ଓ ଅଭିଯୁକ୍ତ । ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ସିବିଆଇ ରେଡ୍ କରିଥିବା ସୂଚନା । ପୋଲିସକୁ କୌଣସି ପୂର୍ବ ସୂଚନା ନଦେଇ ରେଡ୍ କରିଥିବା ସୂଚନା । ଥାନାକୁ ନେବା ପରେ ସେମାନେ ସିବିଆଇ ଅଧିକାରୀ ଥିବା ନେଇ ସ୍ପଷ୍ଟ କଲା ପୋଲିିସ ।

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ଚାଲିଛି ତନାଘନା । ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସିବିଆଇ ପକ୍ଷରୁ ଯାଞ୍ଚ ଚାଲିଛି । ୮୩ ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ମାମଲା ରୁଜୁ ହୋଇଛି । ନଭେମ୍ବର ୧୪ରେ ୮୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.