fbpx

ପ୍ରତିରକ୍ଷା ମନ୍ତ୍ରାଳୟରେ ଏକାଧିକ ପଦ ପାଇଁ ବିଜ୍ଞପ୍ତି: ଜାଣନ୍ତୁ ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟ ଦେଇଛି ନିଯୁକ୍ତିର ଅପୂର୍ବ ସୁଯୋଗ । ଗ୍ରୁପ୍ ସିରେ ସାଧାରଣ ନିଯୁକ୍ତି ପାଇଁ ଏକାଧିକ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ଆସନ୍ତା ୧୩-୧୯ ନଭେମ୍ବର ପର୍ଯ୍ୟନ୍ତ ବାହାରିଥିବା ନିଯୁକ୍ତି ଖବରରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୪୫ ଦିନ ମଧ୍ୟରେ ଆବେଦନ କରିହେବ । ନୋଟିସ ଅନୁଯାୟୀ ମେସେଞ୍ଜର, ୱାଚମ୍ୟାନ, ସଫେଇ କର୍ମଚାରୀ, ମେସ ୱେଟର, ରୁମ ଅର୍ଡଲି ଏବଂ ମାସ୍ୟୁଏର ପଦବୀ ପାଇଁ ବିଜ୍ଞପ୍ତି ସୃଷ୍ଟି ହୋଇଛି । ବେଙ୍ଗାଲୁରୁ ପାଇଁ ଏହି ଖାଲି ପଦବୀ ସୃଷ୍ଟି ହୋଇଥିବା ବେଳେ ବିଜ୍ଞପ୍ତି ପ୍ରକାଶର ୪୫ ଦିନ ମଧ୍ୟରେ ଆବେଦନ କରିବାକୁ କୁହାଯାଇଛି ।
ଏହି ଆବେଦନ କେବଳ ଅଫଲାଇନରେ କରିହେବ । ସ୍ପିଡ ପୋଷ୍ଟ ବା ରେଜିଷ୍ଟରଡ ପୋଷ୍ଟ ଜରିଆରେ ନିଜର ଆବେଦନ କରିହେବ । କମାଣ୍ଡାଣ୍ଟ, କବ୍ୱନ ରୋଡ୍, ସାଉଥ୍ ସିଲେକ୍ସନ ସେଣ୍ଟର, ବେଙ୍ଗାଲୁରୁ-୫୬୦୦୪୨ରେ ପ୍ରାର୍ଥୀ ମାନେ ନିଜର ଆବେଦନପତ୍ର ପଠାଇ ପାରିବେ ବୋଲି ଜଣାପଡିଛି । ନୋଟିସ ଅନୁଯାୟୀ ୨ ଜଣ ମେସେଞ୍ଜର, ଜଣେ ୱାଚମ୍ୟାନ, ୩ ସଫେଇ କର୍ମଚାରୀ ଏବଂ ୩ଟି ଅର୍ଡଲି ପଦ ଖାଲି ଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ବୋଚ୍ଚ ବୟସ ସୀମା ୨୫ ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ୫ ବର୍ଷର ରିହାତି ପ୍ରଦାନ କରାଯାଇଛି । ଏହି ପଦବୀ ପାଇଁ ଦରମା ୧୮୦୦୦ରୁ ୫୬୯୦୦ ମଧ୍ୟରେ ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.