fbpx

ଓଡ଼ିଶାର ଦଶମ ଓ ଦ୍ୱାଦଶ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ବାହାରିଲା ବିଜ୍ଞପ୍ତି, ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ

ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ପୋଷ୍ଟ ଅଫିସରେ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଦଶମ ଓ ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ପୋଷ୍ଟାଲ ଆସିଷ୍ଟାଣ୍ଟ ପାଇଁ୧୪ଟି, ସର୍ଟିଙ୍ଗ ଆସିଷ୍ଟାଣ୍ଟ ପାଇଁ ୪ଟି, ପୋଷ୍ଟ ମ୍ୟାନ ପାଇଁ ୧୧ଟି ଓ ମଲ୍ଟି-ଟାସ୍କିଂ ଷ୍ଟାଫ୍ ପାଇଁ ୧୩ଟି ଏପରି ଭାବେ ମୋଟ ୪୨ଟି ପଦ ପାଇଁ ବିଜ୍ଞପ୍ତି ବାହାରିଛି । ଆବେଦନର ଅନ୍ତିମ ତାରିଖ ଆସନ୍ତା ଡିସେମ୍ବର ୩ ତାରିଖ ରହିଥିବା ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞାପନକୁ ଭଲଭାବେ ପଢ଼ିବାକୁ ଅନୁରୋଧ କରାଯାଉଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ: ପ୍ରାର୍ଥୀଙ୍କର ବୟସ ୦୩.୧୨.୨୦୨୧ ସୁଦ୍ଧା ବିଚାରକୁ ନିଆଯିବ ।

୧) ପୋଷ୍ଟାଲ ଆସିଷ୍ଟାଣ୍ଡ / ସର୍ଟିଙ୍ଗ ଆସିଷ୍ଟାଣ୍ଟ: (ବୟସ: ୧୮-୨୭)- ପ୍ରାର୍ଥୀ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏଥିସହ ଯେ କୌଣସି ସରକାରୀ ଟ୍ରେନିଂ ଅନୁଷ୍ଠାନରୁ ଅତିକମରେ ୬୦ ଦିନିଆ କମ୍ପ୍ୟୁଟର କୋର୍ସ କରିଥିବା ଦରକାର । ସ୍ପୋର୍ଟ୍ସ ଯୋଗ୍ୟତା ବିଷୟରେ ବିଜ୍ଞାପନର ପାରା ୭ରେ ଦିଆଯାଇଛି ।

୨) ପୋଷ୍ଟମ୍ୟାନ: (ବୟସ: ୧୮-୨୭)- ପ୍ରାର୍ଥୀ ଦ୍ୱାଦଶ ପାସ୍ କରିବା ସହ ଦଶମରେ ଓଡ଼ିଆ ଭାଷା ପଢ଼ିଥିବା ଆବଶ୍ୟକ । ଏଥିସହ ଦୁଇଚକିଆ କିମ୍ବା ହାଲୁକା ମୋଟର ଯାନର ଲାଇସେନ୍ସ ଆବଶ୍ୟକ ।

୩) ମଲ୍ଟି-ଟାସ୍କିଂ ଷ୍ଟାଫ: (ବୟସ: ୧୮-୨୫)- ପ୍ରାର୍ଥୀ ଯେ କୌଣସି ବୋର୍ଡରୁ ୧୦ ପାସ୍ କରିଥିବା ସହ ଦଶମରେ ଓଡ଼ିଆ ଭାଷା ପଢ଼ିଥିବେ ।

ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ୩ ତାରିଖ ମଧ୍ୟରେ ନିଜର ଆବେଦନ ଫର୍ମ ‘ଆସିଷ୍ଟାଣ୍ଟ ଡାଇରେକ୍ଟର (ସ୍ପୋର୍ଟ୍ସ), ଅଫିସ୍ ଅଫ୍ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ, ଓଡ଼ିଶା ସର୍କଲ, ଭୁବନେଶ୍ୱର- ୭୫୧୦୦୧’କୁ ପଠାଇବେ । ଆବେଦନ କେବଳ ସ୍ପିଡ ପୋଷ୍ଟ ବା ରେଜିଷ୍ଟରଡ ପୋଷ୍ଟ ମାଧ୍ୟମରେ ପଠାଇବାକୁ ଅନୁରୋଧ ।

ବିଜ୍ଞପ୍ତିର ସମ୍ପୂର୍ଣ୍ଣ ବିବରଣୀ ଲିଙ୍କ: http://odishapost.gov.in/File/News/News27102021112300.pdf

Get real time updates directly on you device, subscribe now.