ଓକାକ୍ ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗ, କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ ହ୍ୟାକ୍ କରି ଠକେଇ ହୋଇଥିବା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ପ୍ରମାଣ । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ହାତ ଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ଠକେଇ ମାମଲାର ମାଷ୍ଟରମାଇଣ୍ଡକୁ ପୂର୍ବରୁ ଦିଲ୍ଲୀ ପୋଲିସ ଗିରଫ କରିସାରିଛି । ଏଥିର ମାଷ୍ଟରମାଇଣ୍ଡ ଚିମେଲିନ୍ ଉମାନୁଏଲ ଆଦିୱେତାଲୁ ଗିରଫ ହୋଇଥିବା ଜଣାପଡିଛି । ଓକାକ ଠକେଇ ମାମଲାରେ ଚିମେଲିନର ସହଯୋଗୀ ସଂପୃକ୍ତ ଥିବା ସୂଚନା ମିଳିଛି । ବେଙ୍ଗାଲୁରୁ ଓ ଦିଲ୍ଲୀ ପୋଲିସ ସହ ଯୋଗାଯୋଗରେ ରହିଛି ଓଡିଶା କ୍ରାଇମବ୍ରାଞ୍ଚ । ଖୁବ୍ ଶୀଘ୍ର କାଇମବ୍ରାଞ୍ଚର ଏକ ଟିମ୍ ବେଙ୍ଗାଲୁରୁ ଯିବ । ଓକାକ୍ ଫ୍ରଡ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଆଜି ସୂଚନା ଦେଇଛନ୍ତି ।

ତେବେ ନଭେମ୍ବର ୧ରେ ଦିଲ୍ଲୀରେ ଏଭଳି କ୍ରାଇମ ହୋଇଥିଲା । ଏଥିରେ ଅଭିଯୁକ୍ତ ଚିମେଲିନ୍ ଉମାନୁଏଲ ଆଦିୱେତାଲୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସେ ଓ ତାର ସହଯୋଗୀ ଦିଲ୍ଲୀ ଓ ବେଙ୍ଗାଲୁରୁ ଅପରେଟ୍ କରିବା ସହିତ ଲିଙ୍କ ପଠାଇ ହ୍ୱାଟ୍ସଆପ ଆକାଉଣ୍ଟର କଣ୍ଟ୍ରୋଲ ନେଉଥିବା ଜଣାପଡିଛି ।