fbpx

ଭୋଟର ଲିଷ୍ଟରେ କିପରି କରିବେ ତ୍ରୁଟି ସଂଶୋଧନ? ପ୍ରତିଟି ଷ୍ଟେପ୍ ବିଷୟରେ କହିଲେ CEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ ନୂଆ ଭୋଟର ତାଲିକା ଓ ସଂଶୋଧନ ନେଇ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରସ୍ତୁତ ଇଲେକ୍ଟୋରାଲ ରୋଲରୁ ନିଜ ନିଜର ନାଁ ଦେଖି ନେବାକୁ ସେ ପରାମର୍ଶ ଦେଇଛନ୍ତି । ଇଲେକ୍ଟୋରାଲ ରୋଲରେ କୌଣସି ତ୍ରୁଟି ଥିଲେ ଆପଣ ଆବେଦନ କରିପାରିବେ । ୨୧ ତାରିଖରେ ଭୋଟ କେନ୍ଦ୍ରରେ ବିଏଲଓମାନେ ଉପସ୍ଥିତ ରହିବେ ।

ଭୋଟରମାନେ ଯେକୌଣସି ସଂଶୋଧନ ବିଏଲଓଙ୍କ ମାଧ୍ୟମରେ କରିପାରିବେ । ଅନଲାଇନରେ ମଧ୍ୟ ଭୋଟର ଭୁଲ ଠିକ୍ ଦେଖି ଆବେଦନ କରିପାରିବେ । ନିଜର ସ୍ମାର୍ଟ ଫୋନ ମାଧ୍ୟମରେ ଭୋଟରମାନେ ଆବେଦନ କରିପାରିବେ । ସଂଶୋଧନ ଲାଗି ଅନଲାଇନରେ ଆବେଦନ କରିବା ଉପରେ ସିଇଓ ଗୁରୁତ୍ୱ ଦେଇଛନ୍ତି । ଏପିକ୍ ନମ୍ବର ସ୍ପିଡ ପୋଷ୍ଟରେ ଯିବାକୁ ଥିବାରୁ ସଠିକ୍ ଠିକଣା ଲେଖନ୍ତୁ ବୋଲି ସେ କହିଛନ୍ତି । ନିର୍ଦ୍ଦିଷ୍ଟ ଆବେଦନ ପତ୍ରକୁ ପୂରଣ କରି ସଂଶୋଧନ କରିବାକୁ ସିଇଓ କହିଛନ୍ତି ।

ତେବେ ଭୋଟର ଲିଷ୍ଟରେ ତ୍ରୁଟି ସୁଧାରିବା ଓ ଯୋଡିବାକୁ ୩ଟି ଡକ୍ୟୁମେଣ୍ଟ ଆବଶ୍ୟକ । ଜନ୍ମ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ ଓ ନିଜର ଫଟୋ ଆବଶ୍ୟକ ହୋଇଥାଏ । ପ୍ରଥମେ ଭୋଟର ତାଲିକା ଚେକ୍ କରି ନିଜର ନାଁକୁ ଦେଖି ନିଅନ୍ତୁ । ପରେ ଇ-କ୍ୟାମ୍ପେନରେ ନିଜ ନାଁ ଦେଇ ନୂଆ ଭୋଟର ତାଲିକା କରିପାରିବେ । ଫର୍ମ-୬ ନାଁ ଯୋଡ଼ିବା, ଫର୍ମ-୭- ନାଁ କାଟିବା ପାଇଁ ବ୍ୟବହାର କରନ୍ତୁ । ଭୋଟର ତାଲିକାରେ ସଂଶୋଧନ କରିବାକୁ ଫର୍ମ-୮ ପୂରଣ କରନ୍ତୁ । ସ୍ଥାନ ପରିବର୍ତ୍ତନ କରିଥିଲେ ଫର୍ମ-୮A ପୂରଣ କରି ସଠିକ୍ କରିନିଅନ୍ତୁ । ଉଭୟ ଅଫଲାଇନ ଏବଂ ଅନ୍ଲାଇନ ମାଧ୍ୟମରେ ଆବେଦନ କରିପାରିବେ । ବ୍ଲକ ଲେଭଲ ଅଫିସରଙ୍କ ନିକଟରେ ଅଫଲାଇନ ଆବେଦନ କରିପାରିବେ ବୋଲି ସିଇଓ କହିଛନ୍ତି ।

Get real time updates directly on you device, subscribe now.