fbpx

କୂଳଭୂଷଣଙ୍କୁ ଅପିଲ କରିବାର ସୁଯୋଗ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୂଳଭୂଷଣ ଯାଦବଙ୍କୁ ଆଶ୍ୱସ୍ତି । ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ଅନ୍ତରାଷ୍ଟ୍ରୀୟ କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଅପିଲ କରିବାକୁ ଅଧିକାର ଦେବାକୁ ସଂସଦର ସଂଯୁକ୍ତ ମିଳିତ ଅଧିବେଶନରେ ଏକ ବିଧେୟକ ପାରିତ କରିଛି । ଏହା ପୂର୍ବରୁ କୋର୍ଟ ପାକିସ୍ତାନକୁ ଭାରତକୁ ରାଜନୈତିକ ସହଯୋଗ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ଭାରତୀୟ ନୌସେନାର ଅବସରପ୍ରାପ୍ତ ଅଧିକାରୀ କୂଳଭୂଷଣ ଯାଦବଙ୍କୁ ପାକିସ୍ତାନର ଏକ ସୈନ୍ୟ ଅଦାଲତ ଜାସୁସି ଏବଂ ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ଯାହାକୁ ଭାରତ ଅନ୍ତରାଷ୍ଟ୍ରୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲା । ହେଗ ସ୍ଥିତ ଅନ୍ତରାଷ୍ଟ୍ରୀୟ ଅଦାଲତ ଜୁଲାଇ ୨୦୧୯ ରେ ଦେଇଥିବା ନିଷ୍ପତ୍ତିରେ କୁହାଯାଇଥିଲା ପାକିସ୍ତାନ କୂଳଭୂଷଣ ଯାଦବଙ୍କୁ ଦୋଷୀ କହିବା ଏବଂ ଦଣ୍ଡ ଶୁଣାଇବା ଉପରେ ପ୍ରଭାବୀ ଢ଼ଙ୍ଗରେ ପୁଣିଥରେ ସମୀକ୍ଷା ଏବଂ ପୁର୍ନବିଚାର କରୁ । ଅନ୍ତରାଷ୍ଟ୍ରୀୟ କୋର୍ଟ ପାକିସ୍ତାନକୁ ବିଳମ୍ବ ନକରି ଭାରତକୁ କୁଳଭୂଷଣ ଯାଦବଙ୍କୁ ରାଜନୈତିକ ସହଯୋଗ ଦେବାକୁ ମଧ୍ୟ କହିଥିଲେ । ପାକିସ୍ତାନ କୂଳଭୂଷଣ ଯାଦବଙ୍କୁ ସୈନ୍ୟ ଅଦାଲତ ନିଷ୍ପତ୍ତି ବିରୋଧରେ ଅପିଲ କରିବାକୁ ଉଚିତ୍ ସୁଯୋଗ ଦେବାକୁ କହିଥିଲେ ଆଇସିଜେ ।

Get real time updates directly on you device, subscribe now.