fbpx

ପ୍ଲାନ ପରିବର୍ତ୍ତନ କଲା BSNL, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ଫାଇଦା

ଭାରତ ସଂଞ୍ଚାର ନିଗମ ଲିମେଟେଡ BSNL ଏହାର ୧୮୭ ଟଙ୍କା ପ୍ଲାନରେ କରିଛି ପରିବର୍ତ୍ତନ । ଏହି ପ୍ଲାନରେ ଏବେ ଗ୍ରାହକଙ୍କୁ ୨୪ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ମିଳିବାକୁ ଯାଉଛି । ଏହା ସହ କମ୍ପାନୀରେ ଏହି ପ୍ଳାନରେ ମିଳୁଥିବା ଡାଟାରେ ମଧ୍ୟ ପରିବର୍ତ୍ତନ କରିଛି । ଏହି ପ୍ଲାନ କମ୍ପାନୀର ଅନ୍ୟ ଅନଲିମିଟେଡ ପ୍ଲାନ ସହ ଉପଲବ୍ଧ । ଗତ ମାସରେ କମ୍ପାନୀ ଏହାର ୫୬, ୫୭ ଏବଂ ୫୮ ଟଙ୍କା ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିଥିଲା ।

ପବରିବର୍ତ୍ତନ କରାଯିବା ପରେ ଏହି ପ୍ଲାନରେ ଏବେ ଗ୍ରାହକଙ୍କୁ ଅସିମୀତ କଲିଂ ସହ ପ୍ରତିଦିନ ୨ ଜିବି ଡାଟା ୨୮ ଦିନ ପାଇଁ ମିଳିବ । ଏହା ସହ ଗ୍ରାହକଙ୍କୁ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିବ ।

Get real time updates directly on you device, subscribe now.