fbpx

ଜିଓ ପ୍ଲାନରେ ମିଳୁଛି ବଡ଼ ରିହାତି, ଏମିତି ରିଚାର୍ଜ କରି ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଅନେକ ରିଚାର୍ଜ ପ୍ଲାନ ଅପ୍ସନ ଦେଇଥାଏ । ଏହି ସବୁ ପ୍ଲାନରେ ଡାଟା ସହ କଲିଂର ସୁବିଧା ମଧ୍ୟ ଦିଆଯାଇଥାଏ । କିଛି ସମୟ ପୂର୍ବେ ରିଲାଏନ୍ସ ଜିଓ ଏକ ନୂଆ ଅଫର ଆରମ୍ଭ କରିଥିଲା । ଏହି ଅଫର ଦ୍ୱାରା ପ୍ରିପେଡ ପ୍ଲାନରେ କ୍ୟାସବ୍ୟାକ ଦିଆଯାଉଛି । ତେବେ ଏହି କ୍ୟାସବ୍ୟାକ ଅଫର ସବୁ ପ୍ରିପେଡ୍ ପ୍ଲାନରେ ଦିଆଯାଉନାହିଁ । ରିଲାଏନ୍ସ ଜିଓର ଏହି ଅଫର ୨୪୯ ଟଙ୍କା, ୫୫୫ ଟଙ୍କା ଏବଂ ୫୪୯ ଟଙ୍କା ପ୍ଲାନ ଉପରେ ଦିଆଯାଉଛି ।

ଏହି କ୍ୟାସବ୍ୟାକର ଲାଭ ନେବା ପାଇଁ ଆପଣଙ୍କୁ କମ୍ପାନୀ ୱେବସାଇଟ କିମ୍ବା ମାଇଜିଓ ଆପରୁ ରିଚାର୍ଜ କରାଇବାକୁ ହେବ । କମ୍ପାନୀ ଏହି ଅଫରର ନାମ ‘ଜିଓ ମାର୍ଟ ମହା କ୍ୟାସବ୍ୟାକ’ ରଖିଛି । ଏହି ଅଫରରେ ରିଚାର୍ଜ କରିବା ଦ୍ୱାରା ଗ୍ରାହକଙ୍କୁ ୨୦ % କ୍ୟାସବ୍ୟାକ୍ ମିଳିଥାଏ । ଏହି କ୍ୟାସବ୍ୟାକର ଫାଇଦା ଜିଓ ମାର୍ଟ, ରିଲାଏନ୍ସ ଡିଜିଟାଲ, ଜିଓ ରିଚାର୍ଜ ଏବଂ ଅନ୍ୟ ଜିଓ ସେବା ପାଇଁ ବ୍ୟବହାର କରିପାରିବେ ।

ଏହି ଅଫର ରେ ଗ୍ରାହକଙ୍କୁ ୨୪୯ ଟଙ୍କାର ରିଚାର୍ଜ ରେ ୫୦ ଟଙ୍କାର କ୍ୟାସବ୍ୟାକ ମିଳିପାରିବ । ସେହିଭଳି ୫୫୫ ଟଙ୍କା ରିଚାର୍ଜରେ ୧୧୧ ଟଙ୍କା ଏବଂ ୫୯୯ ଟଙ୍କା ପ୍ଲାନରେ ୧୨୦ ଟଙ୍କା କ୍ୟାସବ୍ୟାକ ମିଳିବ । ଅର୍ଥାତ୍ ଆପଣ ୨୪୯ଟଙ୍କା ପ୍ଲାନକୁ ୧୯୯ ଟଙ୍କା, ୫୫୫ ଟଙ୍କା ପ୍ଳାନକୁ ୪୪୪ ଟଙ୍କା  ଏବଂ ୫୯୯ ଟଙ୍କା ପ୍ଳାନକୁ ୪୭୯ ଟଙ୍କାରେ କିଣୁଛନ୍ତି । ଏହି ସବୁ ପ୍ରିପେଡ ପ୍ଲାନ ଡାଟା ଏବଂ କଲ ସୁବିଧା ସହ ରହିଛି । ଏହା ସହ ଜିଓର ସମସ୍ତ ସେବା ମଧ୍ୟ ଉପଲବ୍ଧ ରହିଛି ।

Get real time updates directly on you device, subscribe now.