fbpx

ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

ସମ୍ବଲପୁର: ଲାଞ୍ଚ ନେବାବେଳେ ଧରାପଡ଼ିଲେ ଲାଞ୍ଚୁଆ ଆରଆଇ । ଲାଞ୍ଚୁଆ ଆରଆଇ ଭିକାରୀ ଚରଣ କୁସୁମଙ୍କୁ ଧରିଲା ଭିଜିଲାନ୍ସ । ପଟା କରାଇବା ନାଁରେ ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ । ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଗୋଟିଏ ଦିନରେ ୪ ସରକାରୀ ବାବୁଙ୍କୁ ଧରିଛି ଭିଜିଲାନ୍ସ । ନୟାଗଡ଼ ଋଣପୁର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ୨.୫୧ କୋଟି ସମ୍ପତ୍ତି ଠାବ ହୋଇଥିବାବେଳେ, ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ ୧.୩ କୋଟିର ସମ୍ପତ୍ତି, ସେହିପରି କୋରାପୁଟ ସେମିଳିଗୁଡ଼ା ତହସିଲ ଦୁଧାରି ସର୍କଲ ଆରଆଇ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବାବେଳେ, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି ସମ୍ବଲପୁର ପରମାଣପୁର ଆରଆଇ ।

Get real time updates directly on you device, subscribe now.