fbpx

ଆଡମିଟ କାର୍ଡ ଜାରି କଲା IBPS; ଜାଣନ୍ତୁ କେମିତି କରିବେ ଡାଉନଲୋଡ

ନୂଆଦିଲ୍ଳୀ: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଆଇବିପିଏସ୍ ପକ୍ଷରୁ ପ୍ରକାଶ ପାଇଁ ପ୍ରୋବେଶନାରୀ ଅଫିସର ପଦ ପାଇଁ ହେବାକୁ ଥିବା ପରୀକ୍ଷାର ଆଡମିଟ କାର୍ଡ ପ୍ରକାଶ ପାଇଛି । ପିଓ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରିଲିମିନାରୀ ପରୀକ୍ଷା ପାଇଁ ଆଡମିଟ ପ୍ରକାଶିତ ହୋଇଛି । ଆଇବିପିଏସର ଆଧିକାରିକ ୱେବସାଇଟରhttps://ibps.in/ ଲିଙ୍କରେ ଯାଇ ଆପଣ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଆସନ୍ତା ଡିସେମ୍ବର ୪ରୁ ଡିସେମ୍ବର ୧୧ ତାରିଖ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।
ପୂର୍ବରୁ ୪୧୩୫ ପଦ ପାଇଁ ଆଇବିପିଏସ୍ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୧୦ ନଭେମ୍ବର ଆବେଦନର ଶେଷ ତାରିଖ ରହିଥିଲା । ଆସନ୍ତା ଡିସେମ୍ବର ୧୧ ତାରିଖ ଆଡମିଟ କାର୍ଡ ଡାଉନଲୋଡର ଶେଷ ତାରିଖ ରହିଛି । ବିଭିନ୍ନ ସରକାରୀ ବ୍ୟାଙ୍କରେ ପିଓ ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୩ ରାଉଣ୍ଡର ଚୟନ ବ୍ୟବସ୍ଥା ରହିଛି । ପ୍ରଥମେ ପ୍ରିଲିମିନାରୀ ରାଉଣ୍ଡ ଅନୁଷ୍ଠିତ ହେବ । ପରେ ମେନ୍ ଏବଂ ଇଣ୍ଟରଭ୍ୟୁ ଅନୁଷ୍ଠିତ ହେବ ।
କେମିତି କରିବେ ଡାଉନଲୋଡ:
ପ୍ରଥମେ ଆପଣଙ୍କୁ ୱେବସାଇଟ https://ibps.in/ ଯିବାକୁ ପଡିବ ।
ହୋମ ପେଜରେ ଆପଣଙ୍କୁ ପ୍ରିଲିମିନାରୀ କଲ୍ ଲେଟର ଡାଉନଲୋଡର https://www.ibps.in/career/ ବିକଳ୍ପ ନଜର ଆସିବ ।
ଏହାପରେ ଆପଣଙ୍କୁ ନିଜର ପଞ୍ଜୀକରଣ ନମ୍ବର/ରୋଲ ନମ୍ବର ଏବଂ ପାସୱାର୍ଡ ଏଣ୍ଟର କରିବାକୁ ପଡିବ ।
ଆପଣଙ୍କ ସ୍କ୍ରିନରେ ଆଡମିଟ କାର୍ଡ ନଜର ଆସିବ ଏବଂ ଆପଣ ଏହାକୁ ଡାଉନଲୋଡ କରିପାରିବେ ।

Get real time updates directly on you device, subscribe now.