fbpx

ଟ୍ୱିଟର ଆଣୁଛି ଆୟର ନୂଆ ପନ୍ଥା, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ଏଣିକି ଟ୍ୱିଟରରୁ ହେବ ଆୟ । ଟ୍ୱିଟର ପ୍ଳାଟଫର୍ମରେ ଏକ ନୂଆ ଫିଚର ଆରମ୍ଭ କରିଛି ଯାହାଦ୍ୱାରା ଏବେ ଲୋକମାନେ ଆୟ କରିପାରିବେ । ପ୍ରକୃତରେ ଏହି ଫିଚର ପ୍ରଥମେ ଆଇଓଏସରେ ଉପଲବ୍ଧ ହେବାପରେ ଏବେ ଏହା ଆଣ୍ଡ୍ରଏଡ୍ ପାଇଁ ଉପଲବ୍ଧ ହୋଇଛି । ଏହି ଫିଚର ହେଉଛି ‘ଟିପ୍ସ’, ତେବେ ଏହା ବର୍ତ୍ତମାନ ଏହା ବିଟା ଟେଷ୍ଟଂରେ ରହିଛି । ଏହି ଟିପ୍ସ ଫିଚର ମାଧ୍ୟମରେ କ୍ରିପ୍ଟୋକରେନ୍ସି ସହ ମଧ୍ୟ ପେମେଣ୍ଟ କରିପାରିବେ ।

ଟ୍ୱିଟର ୟୁଜର ନିଜ ପେମେଣ୍ଟ ପୋଫାଇଲକୁ ଟିପ୍ସ ମାଧ୍ୟମରେ ଲିଙ୍କ୍ କରିପାରିବେ । ସବୁଠାରୁ ଭଲ କଥା ଟ୍ୱିଟର ମାଧ୍ୟମରେ ପ୍ରାପ୍ତ ହେଉଥିବା ଟଙ୍କାରେ କୌଣସି କମିଶନ ନିଆଯାଉନାହିଁ । ଟ୍ୱିଟରରେ କାହାକୁ ଟିପ୍ ଦେବାକୁ ଚାହୁଥିଲେ ଏହା ସୁନିଶ୍ଚିତ କରନ୍ତୁଯେ ତାଙ୍କର ପୋଫାଇଲ ରେ ଟିପ୍ସ ସିମ୍ବଲ ରହିଛି କିମ୍ବା ନାହିଁ ।

ଏମିତି କରିପାରିବେ ଏହାର ବ୍ୟବହାର:

୧.    ନିଜର ଟ୍ୱିଟର ଆକାଉଣ୍ଟକୁ ଯାଆନ୍ତୁ

୨.    ଏହାପରେ ଡପ୍ର-ଡାଉନ ମେନୁରୁ ଏଡିଟ ପ୍ରୋଫାଇଲ ଅପ୍ସନ ବାଛନ୍ତୁ

୩.    ପେଜର ତଳକୁ ସ୍କ୍ରଲ କରନ୍ତୁ ଏବଂ ଟିପ୍ସ ଉପରେ ଟଚ୍ କରନ୍ତୁ । ଏହାକୁ ଆକ୍ଟିଭ କରନ୍ତୁ ।

୪.    ଏହାପରେ ଟିପ୍ସ ଅପ୍ସନକୁ ଅନ କରନ୍ତୁ । ପରେ ସେହି ଥାର୍ଡ ପାର୍ଟୀ ଆପକୁ ବାଛନ୍ତୁ ଯାହାଦ୍ୱାରା ଆପଣ ପେମେଣ୍ଟ କରିବାକୁ ଚାହୁଛନ୍ତି ।

୫.    ନିଜର ଥାର୍ଡ ପାର୍ଟୀ ଆପ ଉପଯୋଗ କରିବା ପାଇଁ ଏକ ନାମ ମଧ୍ୟ ରଖିବାକୁ ହେବ ଯେମିତିକି ପ୍ରୋଫାଇଲ ନେମ୍ ।

Get real time updates directly on you device, subscribe now.