fbpx

ନୂଆବର୍ଷରେ ଝଟକା! ମହଙ୍ଗା ହୋଇଯିବ ଜୋତା-ଚପଲ ଓ ପୋଷାକ, ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଏବେ ଠାରୁ ଆପଣ କପଡ଼ା ଜୋତା-ଚପଲ ଓ ଟେକ୍ସଟାଇଲ୍ ଜିନିଷ କିଣିବାରେ ଅଧିକ ଖର୍ଚ୍ଚାନ୍ତ ହେବେ । ସରକାର ଏହିସବୁ ଜିନିଷ ଉପରେ ଜିଏସଟି ବଢ଼ାଇଦେଇଛନ୍ତି । ଅର୍ଥାତ୍ ଏବେ ଡ୍ରେସ୍, ଷ୍ଟାଇଲ୍ ଶୁସ୍, ଜୋତା-ଚପଲ ଆଦି ମହଙ୍ଗା ହୋଇଯିବ । ଏହା ପୂର୍ବରୁ ଏସବୁ ଉପରେ ସରକାର ୫ ପ୍ରତିଶତ ଜିଏସଟି ଲଗାଉଥିଲେ । ହେଲେ ଏବେ ଏହାକୁ ବୃଦ୍ଧି କରାଯାଇ ୧୨ ପ୍ରତିଶତ କରାଯାଇଛି । ଉପରୋକ୍ତ ଜିନିଷର ନୂତନ ଦର ନୂଆ ବର୍ଷ ୨୦୨୨ ଠାରୁ ଲାଗୁ ହୋଇଯିବ ।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନ-ଡାଇରେକ୍ଟ ଟ୍ୟାକ୍ସ(ସିବିଆଇଟି) ଏନେଇ ସୂଚନା ଏନେଇ ସୂଚନା ଦେଇଛନ୍ତି । ଅନେକ ସମୟରେ ଟେକ୍ସଟାଇଲ୍ ଓ ରେଡିମେଡ୍ ଜିନିଷ ମହଙ୍ଗା କରାଯିବା ନେଇ ଆଶଙ୍କା କରାଯାଉଥିଲା । ସୂଚନା କ୍ରମେ, ଏବେ ଠାରୁ ସବୁ ପ୍ରକାର ଦାମ୍ ର ଫ୍ୟାବ୍ରିକ୍ ଉପରେ ୧୨ ପ୍ରତିଶତ ଦରରେ ଜିଏସଟି ଲାଗୁ ହେବ । ପୂର୍ବରୁ ୧ ହଜାର ଟଙ୍କା ଦରରେ ୫ ପ୍ରତିଶତ ଜିଏସଟି ଲଗାଯାଉଥିଲା । ହେଲେ ଏବେ ଠାରୁ ଏହା ବୃଦ୍ଧି ୧୨ ପ୍ରତିଶତ କରିଛନ୍ତି କେନ୍ଦ୍ର ସରକାର । ଏହା ବ୍ୟତୀତ ସୂତା ଉପରେ ବି ୧୨ ପ୍ରତିଶତ ଜିଏସଟି ଲଗାଯିବା ନେଇ ସୂଚନା ମିଳିଛି ।

ଏହା ବ୍ୟତୀତ ସିନ୍ଥେଟିକ୍ ସୂତା, କମ୍ବଳ, ଟେଣ୍ଟ, ଟେବଲ୍ କ୍ଲଥ୍, ଗାମୁଛା, ଟାୱେଲ୍, ନାପକିନ୍, ରୁମାଲ, କାର୍ପେଟ୍, ଭଳି କପଡ଼ା ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି । ଫୁଟୱେୟାର୍ ଉପରେ ମଧ୍ୟ ଜିଏସଟି ରେଟ୍ ବୃଦ୍ଧି କରାଯାଇଛି । ତେବେ କ୍ଲଥିଂ ମ୍ୟାନୁଫ୍ୟାକ୍ଚରିଂ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ସେମାନଙ୍କ କହିବା କଥା ଯେ, ଦେଶରୁ କରୋନା ମହାମାରୀର ପ୍ରଭାବ ଯାଇନାହିଁ । ତେଣୁ ବ୍ୟବସାୟରେ ମଧ୍ୟ ଖାସ୍ ଲାଭ ହେଉନାହିଁ । ଏଭଳି ପରିସ୍ଥିତିରେ ଜିଏସଟି ବୃଦ୍ଧି କରିବା ଆଦୌ ଠିକ୍ ନୁହେଁ ।

Get real time updates directly on you device, subscribe now.