fbpx

ଯଦି ଇମ୍ରାନ ଖାନ୍ ଆପଣଙ୍କର ବଡ଼ଭାଇ, ତେବେ ଦେଶରୁ ଆତଙ୍କ ଓ ଡ୍ରଗ୍ସ ତୁରନ୍ତ ବନ୍ଦ କରି ଦିଅନ୍ତୁ, କିଏ କହିଲେ ଏପରି

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ‘ଇମ୍ରାନ ମୋ ବଡ଼ ଭାଇ’ ମନ୍ତବ୍ୟ ତାଙ୍କୁ ବହୁତ ମହଙ୍ଗା ପଡ଼ିଛି । ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଉଥିବା ବେଳେ ଏହି ରେସରେ ସାମିଲ ହୋଇଛନ୍ତି ବିଜେପି ସାଂସଦ ରବି କିଶନ । ସିଦ୍ଧୁ ଆଗାମୀ ନିର୍ବାଚନ ପାକିସ୍ତାନରୁ ଲଢ଼ିବା ନେଇ ପ୍ରସ୍ତୁତି ଚଳାଇଛନ୍ତି । ଯେହେତୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସିଦ୍ଧୁଙ୍କର ବଡ଼ଭାଇ, ତେଣୁ ତାଙ୍କୁ କହି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଡ୍ରଗ୍ସ ସପ୍ଲାଇ ବନ୍ଦ କରିଦିଅନ୍ତୁ । ଯଦି ସିଦ୍ଧୁଙ୍କ କଥାରେ ତାଙ୍କର ପାକିସ୍ତାନୀ ଭାଇ ରାଜି ହୋଇଯାଆନ୍ତି ତେବେ ସେ ସିଦ୍ଧୁଙ୍କୁ ଦିଲ ସେ ସାଲ୍ୟୁଟ କରିବେ ବୋଲି ରବି କହିଛନ୍ତି ।

ଗଣମାଧ୍ୟମର ପ୍ରତିନିଧିଙ୍କୁ ରବି ଏପରି କହିଥିବା ଜଣାପଡ଼ିଛି । ଆଗାମୀ ନିର୍ବାଚନ ସିଦ୍ଧୁ ପଞ୍ଜାବରୁ ନୁହେଁ ପାକିସ୍ତାନରୁ ଲଢ଼ିବେ । ସେଥିପାଇଁ ସେ ସମସ୍ତ ପ୍ରସ୍ତୁତି ଚଳାଇଥିବା ରବି କହିଛନ୍ତି । ସେହିପରି କଂଗ୍ରେସ ହିନ୍ଦୁମାନଙ୍କୁ ବୋକୋ ହାରାମ ଭାବୁଥିବା ବେଳେ ସିଦ୍ଧୁଙ୍କୁ ଇମ୍ରାନ ଭାଇ ପରି ଲାଗୁଥିବା କହିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରା । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ସିଦ୍ଧୁ ପାକିସ୍ତାନର କରତାରପୁରରେ ପହଞ୍ଚିବା ପରେ ସେଠାରେ ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ବିମୋହିତ ହୋଇ ସିଦ୍ଧୁ ଇମ୍ରାନଙ୍କୁ ବଡ଼ଭାଇ ବୋଲି ସମ୍ବୋଧନ କରିଥିଲେ । ତେବେ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ନୂଆ କଥା ନୁହେଁ, ପୂର୍ବରୁ ଇମ୍ରାନଙ୍କ ପ୍ରଧାନମନ୍ତ୍ରୀ ଭାବେ ଶପଥଗ୍ରହଣ ଉତ୍ସବରେ ମଧ୍ୟ ସିଦ୍ଧୁ ଯୋଗଦେଇ ବିରୋଧର ସମ୍ମୁଖୀନ ହୋଇଥିଲେ ।

Get real time updates directly on you device, subscribe now.