fbpx

ରେଳଟ୍ରାକ୍ ଉପରେ କାନରେ ଇୟରଫୋନ୍ ଦେଇ ‘PUBG’ ଖେଳୁଥିଲେ ୨ ଯୁବକ, ଟ୍ରେନରେ କଟି ଚାଲିଗଲା ଦୁହିଁଙ୍କ ଜୀବନ

ମଥୁରା: ସ୍ମାର୍ଟଫୋନ୍ ଯୁବପିଢ଼ିଙ୍କ ପାଇଁ ଏକ ନିଶା ପାଲଟି ଗଲାଣି । ଏହାସହିତ କିଛି ଜଣ ପବଜି ଗେମ୍ ଖେଳିବାରେ ପୁରା ଦିନକୁ କାଟି ଦେଉଛନ୍ତି । ତେବେ ଏହି ପବଜି ଗେମ୍ କିଛି ଯୁବକଙ୍କ ପାଇଁ କାଳ ପାଲଟିଯାଉଛି । ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମଥୁରା ଠାରେ । ଦୁଇଜଣ ଯୁବକ ରେଳ ଧାରଣା ଉପରେ ବସି ପବଜି ଗେମ୍ ଖେଳିବା ସମୟରେ ସେମାନଙ୍କ ଉପରେ ଟ୍ରେନ୍ ମାଡ଼ି ଯାଇଥିଲା । ଯାହାଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ୍ ମୃତଦେହ ଠାବ କରିବା ସମୟରେ ଫୋନ୍ ରେ ପବଜି ଗେମ୍ ଚାଲୁଥିବା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ମଥୁରାର ଲଖିମନଗର ପାଖରେ ଥିବା ସିଏନଜି ପମ୍ପ ପଛ ଦେଇ ଯାଇଥିବା ମଥୁରା-କାସଗଞ୍ଜ ରେଳ ଲାଇନ୍ ରେ ଦୁଇ ଜଣ ଯୁବକ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୋଲିସ୍ ଏହାର ସୂଚନା ପାଇବା ପରେ ସେଠାରେ ପହଞ୍ଚିଥିଲା । ଦୁଇଜଣଙ୍କ ନାମ କପିଲ ଓ ଗୌରବ କୁମାର ହୋଇଥିବା ଜଣାପଡ଼ିଥିଲା । ଦୁହେଁ କାନରେ ଇୟର୍ ଫୋନ୍ ଦେଇ ପବଜି ଗେମ୍ ଖେଳୁଥିଲେ ଓ ଏହି ସମୟରେ ଟ୍ରେନ୍ ଆସିବା ସାଉଣ୍ଡ ସେମାନଙ୍କୁ ଶୁଣାଯାଇନଥିଲା । ଯାହାଫଳରେ ଦୁହିଁଙ୍କ ଉପରକୁ ଟ୍ରେନ୍ ମାଡ଼ି ଯାଇଥିଲା । ତେବେ ଜଣଙ୍କ ମୋବାଇଲ୍ ଭାଙ୍ଗିଯାଇଛି । ଅନ୍ୟଜଣଙ୍କ ଫୋନ୍ ରେ ପବଜି ଗେମ୍ ଚାଲିଥିଲା । ଦୁଇଜଣଙ୍କ ଉପରେ କେଉଁ ଟ୍ରେନ୍ ମାଡ଼ିଯାଇଛି ତାହା ଜଣାପଡ଼ିନାହିଁ । ପୋଲିସ୍ ସେମାନଙ୍କ ଶବକୁ ପୋଷ୍ଟମଟମ୍ ପାଇଁ ପଠାଇଛି ।

 

Get real time updates directly on you device, subscribe now.