fbpx

କନଫର୍ମ ଟିକେଟ୍ ବାତିଲ କରିବା ପୂର୍ବରୁ ଜାଣିରଖନ୍ତୁ IRCTCର ଏହି ନିୟମ, ବଞ୍ଚିଯିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଟ୍ରେନରେ ରିଜର୍ଭେସନ କରିଛନ୍ତି ଓ କୌଣସି କାରଣରୁ ଆପଣଙ୍କୁ ଟିକେଟ୍ ବାତିଲ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟିକେଟ୍ କ୍ୟାନସେଲ୍ କରିବା ପୂର୍ବରୁ ରେଳର ଏହି ସ୍ୱତନ୍ତ୍ର ନିୟମ ଜାଣିରଖନ୍ତୁ, ଯାହାଦ୍ୱାରା ଆପଣଙ୍କ ଟଙ୍କା ବଞ୍ଚିଯିବ ।

ଟିକେଟ୍ ବାତିଲ୍ କରିବା ପୂର୍ବରୁ ସମୟକୁ ଗୁରୁତ୍ୱ ଦେବା ବହୁତ ଜରୁରୀ । ଯଦି ଆପଣ ଟ୍ରେନ୍ ଛାଡିବାର ୩୦ ମିନିଟ୍ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ବାତିଲ୍ କରନ୍ତି, ତେବେ ଆପଣ ଟିକେଟ୍ ମୂଲ୍ୟର କିଛି ଫେରସ୍ତ ପାଇବେ । କିନ୍ତୁ ଯଦି ୩୦ ମିନିଟରୁ କମ୍ ସମୟ ମଧ୍ୟରେ ଟିକେଟ୍ ବାତିଲ କରନ୍ତି, ତେବେ ଆପଣଙ୍କୁ ଗୋଟିଏ ବି ଟଙ୍କା ଫେରସ୍ତ ମିଳିବ ନାହିଁ । ତେବେ ଆସନ୍ତୁ ଜାଣିବା …

ରେଳବାଇର ଖାସ୍ ନିୟମ

ରିଜର୍ଭେସନ କ୍ଲାସ ଓ ସମୟ ହିସାବରେ ବାତିଲ ଚାର୍ଜଗୁଡିକ ଅଲଗା ଅଲଗା ହୋଇଥାଏ । ଏଭଳି ପରିସ୍ଥିତିରେ କନଫର୍ମ ହୋଇଥିବା ଟିକେଟ୍ ବାତିଲ୍ ଉପରେ ଆପଣ କେତେ ଟଙ୍କା ଫେରସ୍ତ ପାଇବେ ସେ ବିଷୟରେ ସଂପୂର୍ଣ୍ଣ ସୂଚନା ଜାଣିବାକୁ ଚାହୁଁଥିଲେ erail.in ସାଇଟକୁ ଯାଆନ୍ତୁ । erail.in ର ହୋମପେଜରେ ରିଫଣ୍ଡର ଏକ ବିଭାଗ ରହିଛି, ଯେଉଁଥିରେ ଫେରସ୍ତ ପାଇଁ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଦିଆଯାଇଛି । ଆପଣ ଏଠାରେ ଭିଜିଟ୍ କରି ସମସ୍ତ ସୂଚନା ପାଇପାରିବେ ।

ରେଳ ନିୟମ ଅନୁଯାୟୀ, ଯଦି ଆପଣଙ୍କର ପାଖରେ ଏକ କନଫର୍ମ ଟିକେଟ୍ ଅଛି ଓ ଆପଣ ଆପଣଙ୍କର ସଂରକ୍ଷିତ ଟିକେଟ୍ ବାତିଲ୍ କରିବାକୁ ଚାହୁଁଛନ୍ତି କିନ୍ତୁ ଟ୍ରେନ୍ ଛାଡିବାକୁ ୪ ଘଣ୍ଟାରୁ କମ୍ ସମୟ ବାକି ଅଛି, ତେବେ ଆପଣଙ୍କୁ କିଛି ବି ଟଙ୍କା ଫେରସ୍ତ ମିଳିବ ନାହିଁ । ଯଦି ଆପଣଙ୍କ ପାଖରେ ୪ ଘଣ୍ଟାରୁ ଅଧିକ ସମୟ ବାକି ଅଛି, ତେବେ ଆପଣ ୫୦% ପର୍ଯ୍ୟନ୍ତ ଟଙ୍କା ଫେରସ୍ତ ପାଇପାରିବେ । ଅର୍ଥାତ୍ ଯଦି ଆପଣ ଟିକେଟ୍ ବାତିଲ୍ କରିବାକୁ ଚାହାଁନ୍ତି, ତେବେ ସମୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ଯଦି ଆପଣଙ୍କର ଟିକେଟ୍ କନଫର୍ମ ଅଛି ଓ ଟ୍ରେନ୍ ଛାଡିବାର ୪୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ ହେଉଛି, ତେବେ ଟିକେଟ୍ କ୍ଲାସ ଅନୁସାରେ ରେଳବାଇ ବିଭିନ୍ନ ଚାର୍ଜ ଆଦାୟ କରିବ । ସେକେଣ୍ଡ କ୍ଲାସ ଟିକେଟ୍ ବାତିଲ୍ ହେବାପରେ ଯାତ୍ରୀ ପିଛା ୬୦ ଟଙ୍କା, ସେକେଣ୍ଡ କ୍ଲାସ ସ୍ଲିପରରେ ୧୨୦ ଟଙ୍କା, ଏସି-୩ ରେ ୧୮୦ ଟଙ୍କା, ଏସି-୨ ରେ ୨୦୦ ଟଙ୍କା ଓ ଫାଷ୍ଟ ଏସି ଏଗ୍ଜକ୍ୟୁଟିଭ କ୍ଲାସରେ ୨୪୦ ଟଙ୍କା କଟାଯାଇଥାଏ ।

Get real time updates directly on you device, subscribe now.