fbpx

ମୁଁ ତପସ୍ୱିନୀକୁ ବାହା ହେଇଛି, ଅଢେଇ ମାସ ଆମେ ସାଙ୍ଗରେ ରହିଛୁ: ମିଡିଆ ସାମ୍ନାରେ ବୟାନ ରଖିଲେ ଡାକ୍ତର ସୁମିତ ସାହୁ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ନ୍ୟାୟ ପାଇଁ ଶାଶୁ ଘର ଆଗରେ ବସି ରହି ପ୍ରତିବାଦ କରୁଥିବା ତପସ୍ୱିନୀଙ୍କ ସ୍ୱାମୀ ତଥା ଡାକ୍ତର ସୁମିତ ସାହୁ ସାମ୍ନାକୁ ଆସିଛନ୍ତି । ଦୀର୍ଘ ୩ ଦିନ ଧରି ତପସ୍ୱିନୀ ଧାରଣରେ ବସିଥିବା ବେଳେ ବୁଧବାର ସାମ୍ନାକୁ ଆସିଛନ୍ତି ଡାକ୍ତର ସୁମିତ ସାହୁ । ପ୍ରେମ ଜାଲରେ ଫସାଇ ଡାକ୍ତର ବାବୁ ପ୍ରଥମେ ଗର୍ଭବତୀ କଲେ । ଶେଷରେ ଛୁଆ ମଧ୍ୟ ନଷ୍ଟ କରିଥିଲେ । ଆଉ ବର୍ତ୍ତମାନ ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି । ଏମିତି ଏକ ଅଭିଯୋଗ ସହିତ ଶ୍ୱଶୁର ଘର ଆଗରେ ବୋହୂ ବେଶରେ ଧାରଣା ଦେଇଥିଲେ ତପସ୍ୱିନୀ । ସେମିନାର ବାହାନରେ ଡକାଇ ଫ୍ରେଣ୍ଡସିପ ଆଳରେ ତାଙ୍କ ସହିତ ସେକ୍ସ କରିଥିଲେ ଡାକ୍ତର ବାବୁ । ଏହାପରେ କୋର୍ଟ ମ୍ୟାରେଜ କରିବା ସହିତ ଦୀର୍ଘ ୭ ମାସ କାଳ ଏକାଠି ମଧ୍ୟ ରହିଥିବା ନେଇ ତପସ୍ୱିନୀ କହିଥିଲେ ।

ତେବେ ସୁମିତ ଏହାକୁ ଖଣ୍ଡନ କରିଛନ୍ତି । ସୁମିତ କହିଛନ୍ତି ଉଭୟଙ୍କ ମଧ୍ୟରେ ରେଜିଷ୍ଟ୍ରି ମ୍ୟାରେଜ ହୋଇଛି । ଏହା ସହିତ ଅଢେଇ ମାସ ଉଭୟ ସାଥୀରେ ରହିଛନ୍ତି । ତପସ୍ୱିନୀଙ୍କ ଛୁଆ ନଷ୍ଟ ଅଭିଯୋଗକୁ ଖଣ୍ଡନ କରିବା ସହିତ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ଅବସ୍ଥାରେ ରହିଥିବାରୁ ଅଧିକ କିଛି କହିବାକୁ ମନା କରି ଦେଇଥିଲେ । ତପସ୍ୱିନୀ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ବିଭିନ୍ନ ମାମଲା ରୁଜୁ କରିଥିବା ବେଳେ ସେ ଡିଭୋର୍ସ ପିଟିସନ ଫାଇଲ କରିଛନ୍ତି ବୋଲି କହିଛନ୍ତି ସୁମିତ ।

Get real time updates directly on you device, subscribe now.