fbpx

କାନପୁର ଟେଷ୍ଟରେ ଅଜବ ସଂଯୋଗ, ଗୋଟିଏ ସହରର ବ୍ୟାଟସମ୍ୟାନ ଓ ବୋଲର ହେଲେ ମୁହାଁମୁହିଁ

କାନପୁର : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ କାନପୁରରେ ଗୁରୁବାରଠୁ ଆରମ୍ଭ ହୋଇଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ମ୍ୟାଚରେ ଏକ ଅଜବ ସଂଯୋଗ ଦେଖିବାକୁ ମିଳିଛି, ଯାହା ଉପରେ ବହୁତ କମ ଲୋକ ଧ୍ୟାନ ଦେଇଥିବେ । ମ୍ୟାଚରେ ଗୋଟିଏ ସହରର ବ୍ୟାଟସମ୍ୟାନ ଏବଂ ବୋଲର ମୁହାଁମୁହିଁ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ସହରର ବ୍ୟାଟସମ୍ୟାନ ଏବଂ ବୋଲର ମୁହାଁମୁହିଁ ହେବା ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲ ମଧ୍ୟ ଖେଳୁଛନ୍ତି । ତାଙ୍କର ଜନ୍ମ ମୁମ୍ବାଇରେ ହୋଇଛି । ଅପରପକ୍ଷେ ଭାରତୀୟ ଦଳର ବ୍ୟାଟସମ୍ୟାନ ଶ୍ରେୟସ ଆୟରଙ୍କ ଜନ୍ମ ମଧ୍ୟ ମୁମ୍ବାଇ ସହରରେ । ଆୟରଙ୍କ ଏହା ହେଉଛି ପଦାର୍ପଣ ମ୍ୟାଚ୍ । ତେଣୁ ଏହି ଟେଷ୍ଟ ବହୁତ ଖାସ୍ ରହିଛି । କାନପୁର ଟେଷ୍ଟ ପରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଏଜାଜ ପଟେଲ ଏବଂ ଶ୍ରେୟସ ମୁହାଁମୁହିଁ ହେବା ଏକ ବିରଳ ଘଟଣା ହୋଇଛି ।

କିଏ ଏଜାଜ ପଟେଲ୍ ?

ବାମହାତୀ ସ୍ପିନର ଏଜାଜ ପଟେଲଙ୍କ ଜନ୍ମ ୧୯୮୮ ଅକ୍ଟୋବର ୨୧ରେ ମୁମ୍ବାଇରେ ହୋଇଥିଲା । ଏଜାଜଙ୍କୁ ୮ ବର୍ଷ ବୟସ ହୋଇଥିବାବ ବେଳେ ତାଙ୍କ ପରିବାର ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ । ଭାରତ ଗସ୍ତରେ ଆସିବା ପରେ ଏଜାଜ କହିଛନ୍ତି, ମୁଁ ଭାରତର ସେହି ସ୍ଥାନରେ ଅଛି, ଯେଉଁଠି କି ମୁଁ କେବେ ଆସିନଥିଲି । ଭାରତ ବହୁତ ଚମକ୍ରାର ଦେଶ । ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖି ଆମେ ଏଠାରେ ବୁଲି ପାରିବୁ ନାହିଁ କି କିଛି ଦେଖି ମଧ୍ୟ ପାରିବୁ ନାହିଁ । ଏହା ଏମିତି ଏକ ଦେଶ ଯେଉଁଠି ଧାଁ ଦଉଡ ମଧ୍ୟରେ ବି ଶାନ୍ତି ରହିଛି । ଏହା ହିଁ ଏହି ଦେଶକୁ ସ୍ୱତନ୍ତ୍ରତ ।

ଆୟରଙ୍କ ମଧ୍ୟ ମୁମ୍ବାଇରେ ଜନ୍ମ

୨୬ ବର୍ଷୀୟ ଶ୍ରେୟସ ଆୟରଙ୍କ ଜନ୍ମ ୧୯୯୪ ଡିସେମ୍ବର ୬ ରେ ମୁମ୍ବାଇରେ ହୋଇଛି । ଆୟର ଭାରତୀୟ ଦଳ ପକ୍ଷରୁ ୨୦୧୭ରେ ପଦାର୍ପଣ କରିଥିଲେ । ସେ ନ୍ୟୁୁଜିଲାଣ୍ଡ ବିପକ୍ଷରେ ଦିଲ୍ଲୀରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହାର ଠିକ୍ ଚାରି ବର୍ଷ ପରେ ଆୟର ଆଜି ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଡେବ୍ୟୁ କରିଛନ୍ତି । ଏ ପର୍ଯ୍ୟନ୍ତ ଆୟର ଭାରତୀୟ ଦଳ ପାଇଁ ୨୨ ଦିନିକିଆ ଏବଂ ୩୨ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି ।

 

Get real time updates directly on you device, subscribe now.