fbpx

ଜାଡେଜା ଓ ଅଶ୍ୱିନଙ୍କ ବୋଲିଂ ସଫଳତା ବ୍ୟର୍ଥ: ଡ୍ର’ରେ ଶେଷ ହେଲା କାନପୁର ଟେଷ୍ଟ

ନୂଆଦିଲ୍ଲୀ: ପଦାର୍ପଣ ଟେଷ୍ଟରେ ଲଢୁଆ ବ୍ୟାଟିଂ କରିବା ସହିତ ଦଳକୁ ପରାଜୟରୁ ରକ୍ଷା କରିଛନ୍ତି ନ୍ୟୁଜିଲାଣ୍ଡର ରାଚିନ୍ ରବୀନ୍ଦ୍ର । ଶେଷ ୱିକେଟରେ ୫୨ ବଲ ମୁକାବିଲା କରିବା ସହିତ ମ୍ୟାଚକୁ ଅମୀମାଂସିତ ରଖିଥିଲେ । ଅନ୍ତିମ ଦିନରେ ଭାରତକୁ ବିଜୟ ପାଇଁ ୯ ୱିକେଟ ଆବଶ୍ୟକ ରହିଥିବା ବେଳେ ଭାରତୀୟ ବୋଲର ୮ ୱିକେଟ ଅକ୍ତିଆର କରିଥିଲେ । ତେବେ ଅନ୍ତିମ ୱିକେଟ ରହିଥିବା ବେଳେ ୫୨ଟି ବଲ ବାକି ରହିଥିଲା ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଶ୍ରେୟସ ଆୟରଙ୍କ ଶତକରେ ଦଳ ୩୪୫ ରନ କରିଥିଲା । ଜବାବରେ ଅକ୍ଷର ପଟେଲଙ୍କ ୫ ୱିକେଟ ସଫଳତା ବଳରେ ଭାରତ ୪୯ ରନରେ ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ସାହା ଓ ଆୟରଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୨୩୪ ରନରେ ପାଳି ଘୋଷଣା କରିଥିଲା । ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୪ ରନର ଲକ୍ଷ୍ୟ ଧାର୍ୟ୍ୟ ହୋଇଥିବା ବେଳେ ୪ର୍ଥ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ମାତ୍ର ୪ ରନରେ ଏକ ୱିକେଟ ହରାଇଥିଲା ।

କାନପୁର ପିଚରେ ଅନ୍ତିମ ଦିନରେ ୨୮୦ ରନ ଅସମ୍ଭବ ଥିବା ବେଳେ ଡ୍ର ପାଇଁ ଖେଳିଥିଲା ନ୍ୟୁଜିଲାଣ୍ଡ । ନାଇଟ ୱାଚମ୍ୟାନ ସମରଭିଲେ ୧୧୦ଟି ବଲ ଖେଳି ୩୬ ରନ କରିଥିବା ବେଳେ ଟମ୍ ଲାଥାମ ୫୨ ରନର ଧୈର୍ୟ୍ୟ ପୂର୍ଣ୍ଣ ଇନିଂସ ଖେଲିଥିଲେ । ଏକଦା ୧୧୮ ରନରେ ନ୍ୟୁଜିଲାଣ୍ଡ ୨ଟି ୱିକେଟ ହରାଇଥିବା ବେଳେ ପରବର୍ତ୍ତୀ ୨୦ ରନରେ ଦଳ ୫ୱିକେଟ ହରାଇ ସଙ୍କଟରେ ପଡିଥିଲା । ତେବେ ଡେବ୍ୟୁଟାଣ୍ଟ ରାଚିନ୍ ରବୀନ୍ଦ୍ର କିନ୍ତୁ ୯୧ ଟି ବଲର ସମ୍ମୁଖୀନ ହୋଇ ୧୮ ରନ କରି ଶେଷ ଯାଏଁ ଅପରାଜିତ ରହିଥିଲେ । ଏଜାଜ ପଟେଲ ମାତ୍ର ୨ ରନ କରିଥିଲେ ହେଁ ୨୩ଟି ବଲ ଖେଳି ରବୀନ୍ଦ୍ରଙ୍କ ସାଥ୍ ଦେଇଥିଲେ । ଭାରତ ପକ୍ଷରୁ ଜାଡେଜା ୪୦ ରନରେ ୪ଟି ଏବଂ ଆର ଅଶ୍ୱିନ ୩୫ ରନରେ ୩ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.