fbpx

ଜବରଦସ୍ତ ଫିଚର୍ସ ସହ ଲଞ୍ଚ ହେଲା ମୋଟାରୋଲାର ଏହି ନୂଆ ସ୍ମାର୍ଟଫୋନ, କମ ଦାମରେ ମିଳୁଛି ବଢ଼ିଆ ଫିଚର

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ମୋଟୋରୋଲା ସୋମବାର ଏହାର ନୂଆ ସ୍ମାର୍ଟଫୋନ ମୋଟୋ ଜି ୩୧ ଲଞ୍ଚ କରିଛି । ଏହି ଫୋନ ଲଞ୍ଚ ହେବା ପରେ ଏହାର ଫିଚର୍ସ ଏବଂ ଦାମ୍ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫୋନରେ ଆପଣଙ୍କୁ ବଢ଼ିଆ କ୍ୟାମେରା ସହ ଅନେକ ଭଲ ଭଲ ଫିଚର୍ସ ଦେଖିବାକୁ ମିଳିବ । ତେବେ ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ ଏବଂ ଦାମ ।

ମୋଟୋରୋଲାର ଏହି ସ୍ମାର୍ଟଫୋନ ୬.୪ ଇଞ୍ଚର ଫୁଲ ଏଚଡୀ +ଓଏଲଇଡି ଡିସପ୍ଲେ, ୬୦ ହର୍ଟ୍ଜ ର ରିଫ୍ରେଶ ରେଟ୍ ଏବଂ ୨୦:୯ ରେସିଓ ସହ ଲଞ୍ଚ କରାଯାଇଛି । ଏଥିରେ ଆପଣଙ୍କୁ ୪ ଜିବି ରାମ୍ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ଭ୍ୟାରଏଣ୍ଟ ଏବଂ ୬ଜିବି ଏବଂ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟ ଦେଖିବାକୁ ମିଳିବ । ଏହି ସ୍ମାର୍ଟଫୋନ ମିଡିଆଟେକ ଜି୮୫ ପ୍ରୋସେସର ଦ୍ୱାରା କାମ କରିବ ।

କ୍ୟାମେରା ବିଷୟରେ କହିଲେ ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ୫୦ ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସଲର ଅଲ୍ଟ୍ରା ୱାଇଡ କ୍ୟାମେରା, ୨ ମେଗାପିକ୍ସଲର ମାକ୍ରୋ ଲେନ୍ସ ଦେଖିବାକୁ ମିଳିବ । ଏହା ସହ ନାଇଟ ମୋଡ୍, ପୋଟ୍ରେଟ୍ ସହ ଅନେକ ଫିଚର ମଧ୍ୟ ରହିଛି । ସେହିଭଳି ଫୋନରେ ୧୩ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।

ଏହି ଫୋନରେ ୫,୦୦୦ ଏମଏଏଚ ବ୍ୟାଟେରୀ ସହ ୨୦ ୱାଟର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି । ଫୋନରେ ଆଣ୍ଡ୍ରଏଡ୍ ୧୧ ଦ୍ୱାରା ପରିଚାଳିତ । ଅନ୍ୟ ଫିଚର୍ସ କହିଲେ ଏଥିରେ ଫିଙ୍ଗରପ୍ରିଣ୍ଟ ସେନ୍ସର, ବ୍ଲୁଟୁଥ ୫.୦, ୱାଇ-ଫାଇ, ଜିପିଏସ ରହିଛି । ଏହାକୁ ଆଇଏକ୍ସ୨ ରେଟିଂ ମିଳିଛି ଏହା ୱାଟରଫ୍ରୁଫ ରହିବ ।

୬ ଡିସେମ୍ବରରୁ ଫ୍ଲିପକାର୍ଟରୁ ଗ୍ରାହକ ଏହାକୁ କିଣିପାରିବେ । ଏହାର ୪ ଜିବି ରାମ୍ ଏବଂ ୬୪ ଜିବି ଭ୍ୟାରିଏଣ୍ଟର ମୂଲ୍ୟ ୧୨,୯୯୯ ଟଙ୍କା ରହିଥିବାବେଳେ ୬ଜିବି ଏବଂ ୧୨୮ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି ।

Get real time updates directly on you device, subscribe now.