fbpx

ପଞ୍ଜାବ କିଙ୍ଗ୍ସକୁ ଆଉ ଏକ ଝଟକା, କେଏଲ ରାହୁଲଙ୍କ ପରେ ଦଳ ଛାଡିଲେ ଏହି ଦିଗ୍ଗଜ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଖେଳାଳିଙ୍କ ରିଟେନସନ ପ୍ରକ୍ରିୟା ପୂରା ହୋଇଛି। କିନ୍ତୁ ପଞ୍ଜାବ କିଙ୍ଗ୍ସକୁ ଝଟକା ଲାଗିଛି। ପଞ୍ଜାବ କିଙ୍ଗ୍ସର ଅଧିନାୟକ କେଏଲ ରାହୁଲ ପ୍ରଥମରୁ ହିଁ ଦଳରୁ ଅଲଗା ହୋଇ ଯାଇଛନ୍ତି। ଏବେ ସହାୟକ କୋଚ୍ ଆଣ୍ଡି ଫ୍ଲାଓ୍ଵାର ମଧ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆଇପିଏଲ ୨୦୨୨ ପୂର୍ବରୁ ହିଁ ପଞ୍ଜାବରେ ସବୁ କିଛି ଠିକ୍ ଚାଲି ନାହିଁ। କିନ୍ତୁ ନୂତନ ସିଜିନ ପୂର୍ବରୁ ଦଳକୁ ସଂଗଠିତ କରିବାକୁ ପଡିବ।
ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ଜିମ୍ବାଓ୍ଵେର ପୂର୍ବତନ ଖେଳାଳି ଆଣ୍ଡି ଫ୍ଲାଓ୍ଵାର ପଞ୍ଜାବ କିଙ୍ଗ୍ସର ସହାୟକ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ଆଇପିଏଲ ୨୦୨୨ରେ ସେ କୌଣସି ନୂତନ ଦଳ ସହ ଯୋଗ ଦେଇ ପାରନ୍ତି। ଆଣ୍ଡି ଫ୍ଲାଓ୍ଵାର ପୂର୍ବରୁ ଇଂଲଣ୍ଡ ଦଳର କୋଚ୍ ମଧ୍ୟ ଥିଲେ। ୨୦୨୦ରେ ସେ ଆଇପିଏଲରେ ପାଦ ଦେଇଥିଲେ ଏବଂ ପଞ୍ଜାବ କିଙ୍ଗ୍ସର ସହାୟକ କୋଚ୍ ହୋଇଥିଲେ। କୁହାଯାଉଛି ଆଣ୍ଡି ଲକ୍ଷ୍ନୌ କିମ୍ବା ଅହମ୍ମଦାବାଦ ଦଳ ସହ ଯୋଗ ଦେଇ ପାରନ୍ତି। କେଏଲ ରାହୁଲ ମଧ୍ୟ ଲକ୍ଷ୍ନୌ ଦଳରେ ସାମିଲ୍ ହୋଇ ପାରନ୍ତି।

ସୂଚନାଯୋଗ୍ୟ, ପଞ୍ଜାବ କିଙ୍ଗ୍ସ ମୟଙ୍କ ଅଗ୍ରଓ୍ଵାଲ ଓ ଅର୍ଶଦୀପ ସିଂହଙ୍କୁ ଦଳରେ ରଖିଛି। ମୟଙ୍କଙ୍କୁ ୧୨ କୋଟି ଏବଂ ଅର୍ଶଦୀପଙ୍କୁ ୪ କୋଟି ଟଙ୍କାରେ କିଣିଛି ପଞ୍ଜାବ। ଦଳ କହିଛି, ଆମେ କେଏଲ ରାହୁଲଙ୍କୁ ଦଳରେ ରିଟେନ୍ କରିବାକୁ ଚାହୁଁଥିଲୁ। ମାତ୍ର ସେ ନିଲାମରେ ସାମିଲ୍ ହେବାକୁ ଚାହିଁଥିଲେ। ପଞ୍ଜାବର ସହ ମାଲିକ ନେସ୍ ଓ୍ଵାଡିଆ ଅଭିଯୋଗ କରିଛନ୍ତି ଯେ, କେଏଲ ରାହୁଲଙ୍କୁ କୌଣସି ବାହାର ଦଳଠୁ ପ୍ରସ୍ତାବ ଆସିବା ନିୟମ ବିରୁଦ୍ଧ।

Get real time updates directly on you device, subscribe now.