fbpx

‘ଅଦୃଶ୍ୟ ଶକ୍ତି ଖାଇଯାଉଛି ଖାଦ୍ୟ’- ପୋଲିସ୍ ପାଖରେ ଅଜବ ଅଭିଯୋଗ ନେଇ ପହଞ୍ଚିଲେ ମହିଳା ଇଞ୍ଜିନିୟର୍

ଭୋପାଳ: ଜଣେ ମହିଳା ସବ୍-ଇଞ୍ଜିନିୟର୍ ପୋଲିସ୍ ପାଖରେ ଏକ ଅଜବ ଅଭିଯୋଗ ନେଇ ପହଞ୍ଚିଛନ୍ତି ଯାହାକୁ ଶୁଣି ପୋଲିସ୍ ବି ତାଜୁବ୍ ହୋଇଯାଇଛି । ସେ ଅଭିଯୋଗ କରିଛନ୍ତି ଯେ, କୌଣସି ଏକ ଅଦୃଶ୍ୟ ଶକ୍ତି ତାଙ୍କ ଘରୁ ସବୁ ଖାଦ୍ୟ ଚୋରେଇ ନେଉଛି, ତାଙ୍କ ଘରୂ ଟିଫିନ୍ ପରିବା ସବୁକିଛି ନେଇଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ବୈତୁଲ ଠାରେ ।

ସୂଚନା ମୁତାବକ, ବୈତୁଲ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କାର୍ଯ୍ୟରତ ମହିଳା ସବ୍-ଇଞ୍ଜିନିୟର୍ ଶ୍ରୁତି ଝାଡ଼େ ଡିସେମ୍ବର ଦୁଇ ତାରିଖରେ କୋତୱାଲି ପୋଲିସ୍ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗରେ ସେ କହିଛନ୍ତି ଯେ, ଅଦୃଶ୍ୟ ଶକ୍ତି ପରିବା ବି ଖାଇଯାଉଛି । ଖାଲି ସେତିକି ନୁହେଁ ଟଙ୍କା, ଗହଣା, ପୋଷାକ ଚୋରୀ ହେଉଛି । ପୋଲିସ୍ ଏହି କଥାରେ ଆଶ୍ଚର୍ଯ୍ୟ ହେଉଛି ଯେ, ଜଣେ ଶିକ୍ଷିତ ମହିଳା ଏପରି କହୁଛନ୍ତି । ସେ ଜଣେ ଇଞ୍ଜିନିୟରିଂ କ୍ଷେତ୍ରରେ କାମ କରୁଛନ୍ତି ।

Get real time updates directly on you device, subscribe now.