fbpx

୨୫ ହଜାର ଟଙ୍କା ବମ୍ପର୍ ଡିସକାଉଣ୍ଟରେ କିଣନ୍ତୁ iPhone 12 pro, ଜାଣନ୍ତୁ କଣ ରହିଛି ଡିଲ୍

ନୂଆଦିଲ୍ଲୀ: ଯଦି ଆପଣ ନୂଆ ଆଇଫୋନ୍ ୧୨ ପ୍ରୋ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଖୁବ୍ ଭଲ ସୁଯୋଗ ରହିଛି । ଇ-କମର୍ସ ସାଇଟ୍ ଆମାଜନ୍ ରେ ମିଳୁଥିବା ଏହି ଅଫର୍ କୁ ଆଦୌ ହାତଛଡ଼ା କରିବା କଥା ନୁହେଁ । ଏଠାରେ ଆଇଫୋନ୍ ୧୨ ପ୍ରୋ ୨୫ ହଜାର ଟଙ୍କାର ବମ୍ପର୍ ଡିସକାଉଣ୍ଟରେ ମିଳୁଛି । ତେଣୁ ତୁରନ୍ତ ଏହି ଡିଲ୍ ର ଲାଭ ଉଠାନ୍ତୁ ।

ଏହି ଅଫର୍ ସବୁ ଷ୍ଟୋରେଜ୍ ଭାରିଆଣ୍ଟରେ ଦିଆଯାଉଛି । ଏହା ସହିତ ଏକ୍ସଚେଞ୍ଜ ଅଫର୍ ମଧ୍ୟ ଦିଆଯାଉଛି । ଏହାର ଅର୍ଥ ୟୁଜର୍ସ ମାନେ ନିଜର ପୁରୁଣା ଫୋନ୍ କୁ ଏକ୍ସଚେଞ୍ଜ କରି ନୂଆ ଆଇଫୋନ୍ ୧୨ ପ୍ରୋ ଆଣିପାରିବେ । ତେବେ ଆଇଫୋନ୍ ୧୨ ସିରିଜ୍ କୁ ୨୦୨୦ରେ ଲଞ୍ଚ କରାଯାଇଥିଲା । ଏହି ସିରିଜ୍ ରେ ଆଇଫୋନ୍ ୧୨, ଆଇଫୋନ୍ ୧୨ ପ୍ରୋ ଏବଂ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସ ସାମିଲ ରହିଛି ।

ଆମାଜନ୍ ସାଇଟ୍ କଥା କହିଲେ ଆଇଫୋନ୍ ୧୨ ପ୍ରୋର ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ୯୫, ୯୦୦ ଟଙ୍କାରେ ବିକ୍ରି ହେଉଛି । ଏହା ପୂର୍ବରୁ ୧,୧୯,୦୦୦ ଟଙ୍କାରେ ଲିଷ୍ଟ କରାଯାଇଥିଲା । ଏହାପରେ ୨୫୬ ଜିବି ଭାରିଆଣ୍ଟ ୯୯,୯୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହାର ଟପ୍ ମଡେଲ୍ ୫୧୨ ଜିବି ଷ୍ଟୋରେଜ୍ ଭାରିଆଣ୍ଟକୁ ୧,୦୭,୯୦୦ ଟଙ୍କାରେ ବିକ୍ରି କରାଯାଉଛି । ଆଉ ଏହା ବ୍ୟତୀତ ପୁରୁଣା ଫୋନ୍ ଏକ୍ସଚେଞ୍ଜ କରିବାରେ ୧୪,୯୦୦ ଟଙ୍କା ଏଡିସନ୍ ଡିସକାଉଣ୍ଟ୍ ମିଳୁଛି ।

Get real time updates directly on you device, subscribe now.